ଗାଇସିଲେଟରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ଗାଇସିଲେଟ : (କ ବ୍ୟୁ ) ୧୨.୦୧.୨୦୨୬

ଗାଇସିଲେଟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଏକ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରର ଅଧ୍ୟକ୍ଷତା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା କରିଥିଲେ।

ଏହା ସହିତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନେହା ଅରୁଗୁଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ କୁବେର ମହନ୍ତ, ଏବଂ ଗାଇସିଲେଟ ବ୍ଲକ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମଧ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ।

ଶିବିର ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧୀୟ ସମସ୍ୟା, ଜମି ବିବାଦ ଓ ସୀମା ନିର୍ଦ୍ଧାରଣ ସମସ୍ୟା, ଚାଷୀଙ୍କ ଟୋକନ ସମସ୍ୟା, ରାସ୍ତା କାର୍ଯ୍ୟ, ରାସନ କାର୍ଡ ସମସ୍ୟା, ପାନୀୟ ଜଳ ଭଳି ବିଭିନ୍ନ ଅଭିଯୋଗ ଉଠିଥିଲା।

ମୋଟ ୮୧ ଅଭିଯୋଗ ରେକର୍ଡ ହୋଇଥିଲା, ଯାହା ମଧ୍ୟରୁ ୫୦ଟି ବ୍ୟକ୍ତିଗତ ଏବଂ ୨୯ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଦୁଇ ଗୋଟି ଅଭିଯୋଗର ସମାଧାନ ତତକ୍ଷଣାତ୍ ସଭାରେ ହିଁ କରାଗଲା। ସମସ୍ତ ଅଭିଯୋଗକୁ ଗୁରୁତ୍ୱ ସହ ଶୁଣି ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନମୂଖୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟର ଫ ଦୀପ

Leave a Reply

Your email address will not be published. Required fields are marked *