ବନ୍ଦେ ମାତରମ୍ ସାମୁହିକ ଗାନ ଓ ଜାତୀୟ ଯୁବ ଦିବସ ପାଳିତ।

ଚଣ୍ଡିଖୋଲ ୧୪/୧(କ ବ୍ୟୁ) : ବଡ଼ଚଣା ବ୍ଲକ ଅନ୍ତର୍ଗତ ନୁଆହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ୧୫୦ତମ ପୂର୍ତ୍ତି ଉପଲକ୍ଷେ “ବନ୍ଦେ ମାତରମ୍” ସାମୂହିକ ଗାନ ଓ “ଜାତୀୟ ଯୁବ ଦିବସ ” ପାଳନ ହୋଇଯାଇ ଅଛି। ବନ୍ଦେ ମାତରମ୍ ର ସାମୂହିକ ଗାନ ସକାଳ ଠିକ୍ ଦିନ ୧୧.୦୦ ଟା ସମୟରେ ମହାବିଦ୍ୟାଳୟର ମୁକ୍ତ ପ୍ରେକ୍ଷାଳୟ ରେ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଓ ସ୍ଵେଚ୍ଛାସେବୀ ସମବେତ ଭାବରେ ଗାନ କରିଥିଲେ । ଏହା ପରେ ମହାବିଦ୍ୟାଳୟ ସମ୍ଭିଳନୀ କକ୍ଷରେ ଜାତୀୟ ଯୁବ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ଜାତୀୟ ସେବା ଯୋଜନା ର ସଂଯୋଜକ କିଶୋର କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗ ଦେଇ ଆତ୍ମ ନିର୍ଭରଶିଳ ଭାରତ, ନିର୍ମାଣ ପାଇଁ।ସ୍ୱଦେଶୀ ଦ୍ରବ୍ଯ ବ୍ୟବହାର ଉପରେ ଗୁରୁତ୍ବ ଆରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାସାସନିକ ମୂଖ୍ୟ
ଅଧ୍ୟାପକ ନାରାୟଣ ଚନ୍ଦ୍ର ମୁଦୁଲି , ବନ୍ଦେ ମାତରମ୍ତ ଗାନ କରିବା। ସମୟରେ ମନ ଓ ହୃଦୟରେ , ଦେଶ ଭକ୍ତି ଭାବ। ଉଦ୍ରେକ ହୋଇଥାଏ ବୋଲି କହିଥିଲେ ଅନ୍ୟତମ ଅତିଥି
ଭାବେ ଇଂରାଜୀ ବିଭଗର ମୁଖ୍ୟ ଅଧ୍ୟାପିକା ଡ . ଅମ୍ବିକା ତ୍ରିପାଠୀ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ବରାଳ ଏବଂ ରାଜନୀତ ବିଜ୍ଞାନ ବିଭାଗର ଡ. ହରି ନାରୟଣ ସାହୁଓ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ କିଶୋର କୁମାର ସାହୁ ସମସ୍ତଙ୍କୁ ସ୍ବଦେଶୀ ସଂକଳ୍ପ ପତ୍ର ଶପଥ ପାଠ କରାଇଥିଲେ। ଜାତୀୟ ସେବା ଯୋଜନାର ସହ ସଂଯୋଜିକା ଅଧ୍ୟାପିକା ଗୀତାଞ୍ଜଳି ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କର୍ଥିଲେ।ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *