ବିମଳା ଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରାଜଗାଙ୍ଗପୁର :- ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ରାଜଗାଙ୍ଗପୁର ବ୍ଲକର ଲାଇଙ୍ଗ ବିମଳା ଦେବୀ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାଂସବହଳ ଫାଣ୍ଡି ଅଧିକାରୀ ଅନିଲ କୁମାର ସାମଲ, ରୁଟ ପେଟ୍ରୋଲଳିଙ୍ଗ ଅଫିସର ଗଗନ ବିହାରୀ ନନ୍ଦ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଡ଼କ ସୁରକ୍ଷା ନିୟମ ପାଳନ କେବଳ ନିଜର ସୁରକ୍ଷା ପାଇଁ ନୁହେଁ, ବରଂ ନିଜ ପରିବାର, ସହଯାତ୍ରୀ ଓ ଅନ୍ୟ ଚାଳକଙ୍କ ନିରାପତ୍ତା ନିଶ୍ଚିତ କରିବାରେ ମଧ୍ୟ ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀଯୁକ୍ତ ସାମଲ ସାର କହିଥିଲେ। ରାଉଲକେଲା ହାଇୱେ ପେଟ୍ରୋଲଳିଙ୍ଗ ଅଫିସର୍ ଅଧିକାରୀ ନନ୍ଦ ସାର ସଡ଼କ ସୁରକ୍ଷା ନିୟମ ପାଳନ, ହେଲମେଟ୍ ଓ ସିଟ୍‌ବେଲ୍ଟ ବ୍ୟବହାର, ଗତି ସୀମା ମାନିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା। ସେକୁରା ପ୍ରାଜେକ୍ଟ ରୁଟ ଅଫିସର ଶଙ୍କର ଦାସ, ବିବେକାନନ୍ଦ ମିଶ୍ର ଏବଂ ରୁଟ ପେଟ୍ରୋଲଳିଙ୍ଗ ଟିମ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *