୧୦୮ କୁଣ୍ଡିୟ ବିଶ୍ୱ ଶାନ୍ତି ଦେବ ମହାଯଜ୍ଞ: ଭୂମି ପୂଜନ ଉତ୍ସବ ଅନୁଷ୍ଠିତ

ରାୟଗଡ-(ସୁରେନ୍ଦ୍ର ରଥ)ରାୟଗଡା ସହରର ଜେସ୍କୋ ପଡିଆରେ ଆସନ୍ତା ଜାନୁୟାରୀ ମାସ ୩୧ ତାରିଖ ଓ ଫେବୃୟାରୀ ମାସ ୧ ଓ ୨ ତାରିଖ ତିନିଦିନ ଧରି ୧୦୮ କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ଦେବ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଦିନ ୧୨ ତାରିଖ ଦିନ ଭୂମି ପୂଜନ ଓ ଧ୍ୱଜାରୋହଣ କାର୍ଯ୍ୟକ୍ରମ ଜେସ୍କୋ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ପୂଜା ଓ ହବନରେ ପୂଜ୍ୟ ପୁରୁଷୋତ୍ତମ ମୁନି ଓ ସ୍ୱାମୀ ଚୈତନ୍ୟ ରାମ ମହାରାଜଙ୍କ ନେତୃତ୍ୱରେ ଭକ୍ତି ଭାବ ସହିତ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଶ୍ରୀ ଆପୂଲୁ ସ୍ୱାମୀ କାଡ୍ରାକା
ସମ୍ମାନୀତ ଅତିଥିଭାବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବପ୍ରାନ୍ତ ସେବା ପ୍ରମୁଖ ଶ୍ରୀ ଦୀପକ ରାଉତ, ଆୟୋଜକ ବିଜେପି ନେତା ତଥା ଟ୍ରକ ମାଲିକ ସଂଘ ସଭାପତି ଶ୍ରୀ ୟେଲ୍ଲା ୱେଙ୍କଟେଶ୍ୱର ରାଓ, ମିଟସ ଗ୍ରୁପ ର ଅଧ୍ୟକ୍ଷ ବାଳକୃଷ୍ଣ ପଣ୍ଡା, ହରିପୁର ଗୁରୁକୁଳର ପୁରୁଷୋତ୍ତମ ମୁନିଜି,ଚୈତନ୍ୟ ରାମଜି,ଓଡିଶା ଆଦିବାସୀ ମଞ୍ଚର ଆବାହିକା ଶ୍ରୀମତୀ ବିଦୁଲତା ହୁଇକା, ରାୟଗଡା ପୌରପରିଷଦର ଉପ ନଗର ପାଳ ଶ୍ରୀମତୀ ଶୁଭ୍ରା ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଜୀବନରେ ସଂସ୍କାର ପାଇଁ ଆଧ୍ୟାତ୍ମିକ ଚେତନାର ଜାଗରଣ ଆବଶ୍ୟକ। ଆଧ୍ୟାତ୍ମିକ ଚେତନା ଜାଗୃତ ହେଲେ ସମାଜରେ ଶାନ୍ତି, ସମୃଦ୍ଧି ଘଟି ସୁସ୍ଥ ସମାଜ ଓ ଉନ୍ନତ ରାଷ୍ଟ୍ର ଗଠନରେ ସହାୟକ ହୋଇପାରିବ।
ଏଦିଗରେ ଆୟୋଜକଙ୍କ ଉଦ୍ୟମ ଜିଲ୍ଲା ରେ ଶାନ୍ତି ଓ ସଂହତି ପ୍ରତିଷ୍ଠା ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ. ଆୟୋଜକଙ୍କ ଉଦ୍ୟମକୁ ପ୍ରଂଶଶା କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।
ମିଟସ ଆଇଟିଆଇ ଆଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ସାହୁଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ଦେବ ମହାଯଜ୍ଞ କାର୍ଯ୍ୟକ୍ରମକୁ ଉଦୟ ପଣ୍ଡା,ରାଜୁ ସାହୁ, କୀର୍ତ୍ତି ଚନ୍ଦ୍ର ସାହୁ ବିଶ୍ୱଜିତ ପଣ୍ଡା, ଡମ୍ବୁରୁ ପଣ୍ଡା ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ବିଜେପି ର ଉପ ସଭାପତି ଚକ୍ରଧର ବିଡ଼ିକା, ସାଧାରଣ ସମ୍ପାଦକ, ପୃଥିବୀରାଜ ଧନପତି,ବାସୁଦେବ ହୋତା, ଅରୁଣ କୁମାର ସେଠି, ପ୍ରଳୟ କୁମାର ସାହୁ, ଚନ୍ଦ୍ର ଶେଖର ପାତ୍ର, ରତ୍ନାକର ପଣ୍ଡା, ସୁରେଶ କୁମାର ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇଥିଲେ। ଗାୟତ୍ରୀ ପରିବାର ଓ ଆର୍ଯ୍ୟ ସମାଜର ଭକ୍ତ ମାନେ ଯୋଗଦେଇ ମହାଜଜ୍ଞରେ ଅର୍ଘ୍ୟ ଦାନ କରିଥିଲେ। ସମସ୍ତେ ବନ୍ଦେ ମାତରମ ଗାନ କରିଥିଲେ।
ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ର ଭକ୍ତ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଏଣୁ ଆଗକୁ ହେବାକୁ ଥିବା ମହାଯଜ୍ଞ ପାଇଁ ବିଶାଳ ଜନ ସମାଗମ ହେବାର ଆଶା କରାଯାଇ ସୁ ବ୍ୟବସ୍ଥା ପାଇଁ ଆୟୋଜକ ମଣ୍ଡଳୀ ପ୍ରସ୍ତୁତି ଆରମ୍ଭ କରିଥିବା ଜଣା ପଡିଛି।

Leave a Reply

Your email address will not be published. Required fields are marked *