
ଚଣ୍ଡିଖୋଲ, ୧୯/୧୨(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଉପୂଳା ଗ୍ରାମର ଆରାଧ୍ୟା ଦେବୀ ମା ଦୟାଶୁଣୀ ଙ୍କ ପୀଠରେ ଶ୍ରୀ ଜଗନ୍ନାଥ ଚେତନା ଚାରଣ ସଙ୍ଘ ମୂଖ୍ୟ ଶାଖା ବୈତରଣୀ ବେଳାଭୂମି ସାଂସ୍କୃତିକ କେନ୍ଦ୍ର ମକେଇପୁର ମଠାଧୀଶ ୠଷି ମଣି ବଶିଷ୍ଠ ପଣ୍ଡା ଅଜ୍ଞାଦେଵ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏକ ଦିନାତ୍ମକ ବିଶ୍ଵଶାନ୍ତି ଗୀତା ମହାଯଜ୍ଞ ବିଶ୍ୱରେ ଶାନ୍ତି ଓ କଲ୍ୟାଣ ନିମନ୍ତେ ଆୟୋଜିତ ହେଇ ଯାଇଛି। ଯଜ୍ଞର ରୀତିନୀତି ଅନୁସାରେ କଳସ ଶୋଭାଯାତ୍ରା, ଅଧିବାସ, ଆଙ୍କୁରାରୋପଣ, ସୂର୍ଯ୍ୟ ପୂଜା, ଗୋପୂଜା, ଗୀତା ପାଠ, ଗୁରୁପୁଜା , ଧରିତ୍ରୀ ପୂଜା, ହନୁମାନ ଚାଳିଶା ଭାଗବତ ପାଠ, ଗୀତା ଆବୃତ୍ତି,ସମେତ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା। କର୍ତ୍ତା ଓ କର୍ତ୍ତି ଭାବେ ଧର୍ମଶାଳା ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ସମାଜ ସେବୀ ତଥା ବିଶିଷ୍ଟ ଶିକ୍ଷାବିତ୍ ଡ,ଅଜୟ କୁମାର ଲେଙ୍କା ଓ ଅବସରପରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସା ରାଣୀ ଲେଙ୍କା ଯଜ୍ଞ କାର୍ଯ୍ୟ ଶ୍ରଦ୍ଧା ଭକ୍ତି ଓ ସମର୍ପିତ ଭାବରେ ଘୃତାହୁତି କାର୍ଯ୍ୟ ସମ୍ପନ୍ନ କରିଥିଲେ। ଦେଵଜ୍ଞ ମୁଖ୍ୟ ପଣ୍ତିତ ସତ୍ୟବାନ ମିଶ୍ର, ପଣ୍ଡିତ ନୀଳମଣି ମିଶ୍ର, ଗୌରାଙ୍ଗ ଚରଣ ପଣ୍ଡା, ପ୍ରଭାକର ପଣ୍ଡା, ନୀଳକଣ୍ଠ ପତି,ମାଧବାନନ୍ଦ ପଣ୍ଡା, ନୀଳାମ୍ବର ପଣ୍ଡା, ପ୍ରମୁଖ ଯଜ୍ଞ କାର୍ଯ୍ୟ ଯଥାବିଦ୍ଧୀ ସମ୍ପନ୍ନ କରିଥିଲେ। ଏହି ଯଜ୍ଞରେ ଆଖ ପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ, ଭକ୍ତ, ଭଗବତ ପ୍ରେମୀ, ସାଧୁସନ୍ଥ, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ, ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଯୋଗଦେଇ ମା ଙ୍କ ଆଶ୍ରିବାଦ ଲାଭ କରିଥିଲେ। ହୃଷିକେଶ ନାୟକ, ବିଷ୍ଣୁ ଚରଣ ନାୟକ, ସୁଶାନ୍ତ କୁମାର ଲେଙ୍କା, ଅକ୍ଷୟ କୁମାର ଲେଙ୍କା, ମନ୍ମଥ କୁମାର ନନ୍ଦ, କୃଷ୍ଣ ଚନ୍ଦ୍ର ପଣ୍ଡା, ପବିତ୍ର ପଢ଼ିଆରି, ପ୍ରକାଶ ଚନ୍ଦ୍ର ମହାନ୍ତି, ଅରୁଣ କୁମାର ନାୟକ, ପ୍ରଭାକର ସାମଲ ଏକାଦଶୀ ମହାରଣା, ରମେଶ ଚନ୍ଦ୍ର ପଢିଆରୀ,ଭାଗ୍ୟଧର୍ ଦାସ, ଲକ୍ଷ୍ମୀ ଧର ରାଉତ, କବି ସାହୁ ପ୍ରମୁଖ ସହଯୋଗ କରିଥିଲେ। ଆଗାମି ବର୍ଷ ଏହି ଯଜ୍ଞ ଅଧିକ ଯାକଜମକ ସହିତ ଆୟୋଜିତ ହେବ ବୋଲି ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ।