ସ୍ୱାଧିନତା ପରବର୍ତ୍ତୀ ଓଡ଼ିଆ କବିତାର ଆଙ୍ଗିକ ବୈଶିଷ୍ଟ୍ୟ ଓ ବିବିଧତା, ଶୀର୍ଷକ ଆଲୋଚନାଚକ୍ର।

ଚଣ୍ଡିଖୋଲ ୧୯/୧୨(କ ବ୍ୟୁ)ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସ୍ଵାଧିନତା ପରବର୍ତ୍ତୀ ଓଡ଼ିଆ କବିତାର ଆଙ୍ଗିକ ବୈଶିଷ୍ଟ୍ୟ ଓ ବିବିଧତା ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ମନୋଜ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭବାନୀ ପାଟଣା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼, ବାବାଜୀ ଚରଣ ପଟ୍ଟନାୟକ, ମୂଖ୍ୟ ବକ୍ତା ତଥା ବିଷୟ ବିଶେଷଜ୍ଞ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପିକା ବିଜୟଲକ୍ଷ୍ମୀ ଦାଶ ଯୋଗଦେଇ ନିଜର ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ମୁଖ୍ୟ ଅଧ୍ୟାପକ ଚକ୍ରଧର ନାୟକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପିକା ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଶ୍ନୋତ୍ତର କାଳରେ ଛାତ୍ର ସିଦ୍ଧାନ୍ତ, ବିଶ୍ୱଜିତ , ବିପିନ, ଛାତ୍ରୀ କଲ୍ୟାଣୀ, ଲକ୍ଷ୍ମୀପ୍ରିୟା, ବର୍ଷା, ଶର୍ମିଷ୍ଠା, ସୋନାକ୍ଷୀ, ସୋନାଲି, ପ୍ରିୟଙ୍କା, ଚିନ୍ମୟୀ ପ୍ରମୁଖ ବିଷୟ ଭିତ୍ତିକ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଶେଷରେ ଆଧ୍ୟାପକ ସତ୍ୟ ରଞ୍ଜନ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *