ବ୍ରହ୍ମପୁର ଶରଧାବାଲିରେ ସାଧାରଣ ସଭା ଅନୁଷ୍ଠିତ

ଗଞ୍ଜାମତା୨୬ଡି‌ସେମ୍ବର: ବ୍ରହ୍ମପୁର ଶରଧା ବାଲି ବେଲଫର ଆସୋସିଏସନ ତରଫରୁ ବାର୍ଷିକ ସାଧାରଣ ସଭା କେ. ଶିବପ୍ରସାଦ ରାଓ ଅଧକ୍ଷତାର କରାଯାଇଅଛି ଉକ୍ତ ସଭାରେ ସାଧାରଣ ସମ୍ପାଦକ ସଚ୍ଚିଦାନନ୍ଦ ନାୟକ ସ୍ୱାଗତ ଭାଷଣ ସହ ବିବରାଣୀ ପଠନ କରିଥିଲେ! କୋଷାଧକ୍ଷ ନୀଳମଣି ମହାପାତ୍ର ବାର୍ଷିକ ଆଦାୟ ଖର୍ଚ୍ଚ ବିଷୟ ଉପସ୍ଥାପନ କରିଥିଲେ, ମହେଶ୍ୱର ଗୌଡ଼ଙ୍କୁ, ଯୁଗ୍ମସମ୍ପାଦକ ଏବଂ ମନୋରଞ୍ଜନ ପଟନାୟକଙ୍କୁ ସମୀକ୍ଷକ ନିଯୁକ୍ତି ସର୍ବସମତିକ୍ରମେ ମନୋନୀତ କରାଯାଇଛି, ଉକ୍ତ ସଭାରେ ବିଶେଷ କରି ବରିଷ୍ଠ ନାଗରିକ ପାଇଁ ଉଦ୍ଧିଷ୍ଟ ଜାଗାରେ ଗୃହ କରିବାରେ ମୁନିସିପାଲିଟି କତୃପକ୍ଷ ଢେର ବିଳମ୍ବ ଏବଂ ଶରଧା ବାଲି. ପ୍ରବେଶଦ୍ୟର କୁଯିବା ବ୍ରିଜକୁକିଛି ଅଂଶ ଶଙ୍କଟ ପୂର୍ଣ୍ଣ ଥିବା ବିଷୟ ମଧ୍ୟ ଚର୍ଚ୍ଚା ହଇ ଥିଲା! ଉକ୍ତ ସଭାରେ ଆସୋସିୟର ପ୍ରାୟ ସମସ୍ତ ସଭ୍ୟ ସର୍ବଶ୍ରୀ ଅବସର ପ୍ରାପ୍ତ ପ୍ରଫେସର ରୁଦ୍ର ପ୍ରଶ୍ନ ମହାପାତ୍ର ପ୍ରଫୁଲ ଚନ୍ଦ୍ର ପଣ୍ଡା, ପିତବାସ ପଣ୍ଡା ଗୌର ହରି ପଣ୍ଡା, ପ୍ରକାଶ ରାଓ, ଶିବରାମ ପାଣିଗ୍ରାହୀ, ବଳରାମ ପାତ୍ର ଲକ୍ଷ୍ମୀକାନ୍ତ ତ୍ରିପାଠୀ ବିପ୍ରଚାରଣ ପଟନାୟକ, ସୁରେନ୍ଦ୍ର ସାମଲ ସହ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *