
ରାଜଗାଙ୍ଗପୁର:- ଆସନ୍ତା 19/12ଠାରୁ 22/12/25 ପର୍ଯ୍ୟନ୍ତ 4ଦିନ ଧରି ସ୍ଥାନୀୟ ଫୁଟବଲ ପଡିଆ ଠାରେ ରାଜଗାଙ୍ଗପୁର 16ତମ ଝରଝରା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବିଭିନ୍ନ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଝରଝରା କମିଟି ପକ୍ଷରୁ ଗଣମାଧ୍ୟମକୁ ଗତକାଲି ସନ୍ଧ୍ୟାରେ ଅସ୍ଥାୟୀ ମହୋତ୍ସବ ଅଫିସରେ ସୂଚନା ପ୍ରଦାନ କରିଥିଲେ l କମିଟିର ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ16ତମ ଝରଝରା ମହୋତ୍ସବ ଆସନ୍ତା 19ତାରିଖ ସକାଳ 8ଟା ସମୟ ରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବ୍ୟ ପୀଠ ଘୋଗର ଧାମରୁ ଜ୍ୟୋତି ପ୍ରଜ୍ୱଳନ କରାଯାଇ ଶୁଭ ଆରମ୍ଭ କରାଯିବ ବାଦ୍ୟଯନ୍ତ୍ରରେ ନାଚ ନୃତ୍ୟଗୀତରେ ସେଠାରୁ ଶୋଭଯାତ୍ରାରେ ଡାଲମିଆ ସିମେଣ୍ଟ ଭାରତର ପରିସରରେ ସ୍ଥାପିତ ଜଗନାଥ ମନ୍ଦିର ଠାରେ ଅଣାଯାଇ ବୋଲି ସୂଚନା ସେଠାରେ ପୂଜାଅର୍ଚନା ପରେ ଶୋଭାଯାତ୍ରା କୁ ସହର ପରିକ୍ରମା କରି ମହୋତ୍ସବ ପରିସରରେ ଜ୍ୟୋତିକୁ ସେଠାରେ ସ୍ଥାପନ କରାଯିବ ମତବ୍ୟକ୍ତ କରିଥିଲେ l ଝର ଝରାଝରା ମହୋତ୍ସବ ସଭାପତି ଆନନ୍ଦ ଅଗ୍ରୱାଲ(ପପୁ ବାବୁ ) ଝରଝରା ମହୋତ୍ସବ ଏହି ଅଞ୍ଚଳର ଗୌରବ ଏହାକୁ ଶାନ୍ତିଶୃଙ୍ଗଳା ପାଳନ କରିବା ସହ ପ୍ରତ୍ୟେକ ଦିନ ସାଂକୃତିକ କାର୍ଯ୍ୟକ୍ରମ ଗୁଡିକକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର କରା ଯାଇ ପାରିବ ତାହା ଉପରେ ଆପଣମାନେ ସହଯୋଗ କରିବା ପାଇଁ ମତବ୍ୟକ୍ତ କରିଥିଲେ l କମିଟିର ଉପସଭାପତି ରମେଶ ଚନ୍ଦ୍ର ଅଗ୍ରୱାଲ ଯେଉଁ ସଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ପ୍ରସାରଣ କରାଯିବ 19ତାରିଖ ସନ୍ଧ୍ୟା 4ଟି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପରେ ସମ୍ବଲପୁର ର କମେଡି କିଙ୍ଗି ଯୋଗେଶ ଜୋଜୋ ଓ ଗ୍ରୁଫ 20 ତାରିଖରେ ସନ୍ଧ୍ୟାରେ ଲୋକନୃତ୍ୟ କାର୍ଯ୍ୟକ୍ରମ ପ୍ରସାରିତ ପରେ ରାଞ୍ଚିର ଥେଟ ନାଗପୁରି ଇଗନେସ କୁମାର ଏଣ୍ଡ ଗ୍ରୁଫ 21ତାରିଖ ସନ୍ଧ୍ୟା ରେ ଅଞ୍ଚଳିକ ଦଳ ବିଭିନ୍ନ ଗ୍ରୁଫ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପାଟଣାଗଡ଼ ର ସମ୍ବଲପୁରୀ ମେଲୋଡି ରୁକୁ ସୋନା ଏଣ୍ଡ ଗ୍ରୁଫ ଉଦଯାପନ ଦିବସ 22ତାରିଖ ରେ ଆଞ୍ଚଳିକ ଦଳର ବିଭିନ୍ନ କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କଲିକତା ବଲିଉଡ ମେଲୋଡି ନାଇଟ ଓରେଞ୍ଜ ମ୍ୟୁଜିକାଲ ଧମାକାଙ୍କ ଦ୍ଵାରା ସାଂକୃତିକ କାର୍ଯ୍ୟକ୍ରମ ପ୍ରସାରଣ କରାଯିବା ସୂଚନା ପ୍ରଦାନ କରିଥିଲେ ଏହି ଗଣମାଧ୍ୟମ ଙ୍କୁ ସୂଚନା ପ୍ରଦାନ କାର୍ଯ୍ୟକ୍ରମ ରେ ପୂର୍ବତନ ସଭାପତି ମୋହନ ଲାଲ ଅଗ୍ରୱାଲ, କୋଷାଧକ୍ଷ ପବନ ଗଡ଼ୋଦିଆ, ରଞ୍ଜିତ କୁମାର ବାରିକ,ରାଜେନ୍ଦ୍ର କୁମାର ବେହେରା ସଂଜିତା ମହାପାତ୍ର ପ୍ରିୟଦର୍ଶନୀ ଭୋଇ, କୁଲଦୀପ ସିଂ ଉପସ୍ଥିତ ଥିବା ବେଳେ ଅଜୟ କୁମାର ସାହୁ (ଗୋପ୍ନୋ ) ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ l