“ଉପଖଣ୍ଡସ୍ତରୀୟ ଉଦଳା ମହୋତ୍ସବ ଧୁମୂସା ର ୪ର୍ଥ ସନ୍ଧ୍ୟାରେ ନାଲି ଆମ୍ବ ଙ୍କ କମେଡି ତଡକା”

ବାରିପଦା-ଉଦଳା(କ:ବ୍ଯୁ) ତା୧୭/୧୨/-୨୫ ଧୁମୂସା ବାଜିଲେ ଆପେ ଆପେ ନାଚି ଉଠେ ପାଦ, ସମସ୍ତେ ଭୁଲି ଯାନ୍ତି ଭେଦଭାବ। କାହିଁକି ନା ଧୁମୂସା ର ନାଦ ଅଟକାଇ ପାରେ ନାହିଁ କାହାର ଉଦ୍ଭାସିତ ମନକୁ। ଧୁମୂସା ମହୋତ୍ସବ ମୟୁରଭଞ୍ଜ ର କଳା ସଂସ୍କୃତି କୁ ପ୍ରତିପାଦିତ କରେ, କେବଳ କପ୍ତିପଦା ଉପଖଣ୍ଡ ନୁହେଁ ସାରା ରାଜ୍ୟରେ ଉଦଳା ମହୋତ୍ସବ ର ରହିଛି ସ୍ୱତନ୍ତ୍ର ସ୍ଥାନ। ଉଦଳା ମହୋତ୍ସବ ଧୁମୂସା -୨୦୨୫ ର ୪ର୍ଥ ସନ୍ଧ୍ୟାରେ ଉପସ୍ଥିତ ଅତିଥିମାନେ ନିଜ ବକ୍ତବ୍ୟରେ ବଖାଣିଥିଲେ ନିଜ ମନର କଥା ବକ୍ତବ୍ୟ ମାଧ୍ୟମରେ। ମହୋତ୍ସବ ର ଚତୁର୍ଥ ସନ୍ଧ୍ୟା ଗୋପବନ୍ଧୁ ନଗର ବ୍ଲକ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ଏହି ଅବସରରେ ସାଂସ୍କୃତିକ ମଞ୍ଚର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ, ଉଦଳା ବିଧାୟକ ଭାସ୍କର ମଢେଇ, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଏନଏସି ନଗରପାଳ ପ୍ରମିଳା ପଣ୍ଡା, ପୂର୍ବତନ ଉଦଳା ବିଧାୟକ ଶ୍ରୀନାଥ ସୋରେନ, ଗୋପବନ୍ଧୁନଗର ବ୍ଲକ ଉପାଧ୍ୟକ୍ଷା ରଶ୍ମିତା ଚୌଧୁରୀ,ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ଲେଙ୍କା, ଗୋପବନ୍ଧୁ ନଗର ବ୍ଲକ ବିଡ଼ିଓ ପୃଥ୍ୱୀରାଜ ପରିଡା ପ୍ରମୁଖ ମଂଚାସୀନ ହୋଇଥିଲେ। ମଂଚାସୀନ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ପ୍ରଦାନ କରି ଚତୁର୍ଥ ସନ୍ଧ୍ୟାର ଉଦଘାଟନ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଧାରାବାହିକ ଅଭିନେତ୍ରୀ ସ୍ମୃତିରେଖା, ପଲ୍ଲବୀଙ୍କ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ। ଏହା ସହିତ ହାସ୍ୟ ଅଭିନେତା ନାଲି ଆମ୍ବ ଙ୍କ କମେଡି ତଡକା ସମସ୍ତେ ବେଶ ମନ ଭରି ଉପଭୋଗ କରିଥିଲେ। ଆଉ ଏହି ସନ୍ଧ୍ୟାରେ ବିଶେଷ ଆକର୍ଷଣ ସାଇ ଇଭେଣ୍ଟ ଏବଂ ମେଲୋଡି ତଥା ଓଲିଉଡ଼ ର ଗାୟକ ରାଜେଶ ଦାସ ଓ ଅଞ୍ଜଳି ଦତ୍ତ ଙ୍କ ସଙ୍ଗୀତ ସମସ୍ତଙ୍କୁ ଶୀତୁଆ ସନ୍ଧ୍ୟାରେ ବାନ୍ଧି ରଖିଥିଲା। ଆଉ ଦୀର୍ଘ ସମୟ ଧରି ଶୀତୁଆ ସନ୍ଧ୍ୟାରେ ଶହ ଶହ ଦର୍ଶକଙ୍କ ଭିଡ଼ ଲାଗି ରହିଥିଲା।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *