ବାରିପଦା-ଉଦଳା ଉଦଳା(କ:ବ୍ଯୁ)ତା ୧୭/୧୨/୨୫ ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ଡିସେମ୍ବର ମାସ ପାଇଁ ଆସନ୍ତା ତା. ୨୨.୧୨.୨୦୨୫ ରିଖ ଚତୁର୍ଥ ସୋମବାର ଦିନ କପ୍ତିପଦା ଉପଖଣ୍ଡ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏହି ଶୁଣାଣୀ କାର୍ଯ୍ୟ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଶିବିରରେ ଉପଖଣ୍ଡ ତଥା ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଣାଣୀ କରାଯାଇ ଉତ୍ଥାପିତ ଅଭିଯୋଗ ଗୁରୁତର ଯଥା ସମ୍ଭବ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ସରକାରୀ ଯୋଜନାର କାର୍ଯ୍ୟକାରିତା, ଦୁର୍ନୀତି, ଜନକଲ୍ୟାଣ, ସାମାଜିକ ସୁରକ୍ଷା ଆଦି ସମ୍ବଳିତ ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ନେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ôଚ ନିଜ ଦରଖାସ୍ତକୁ ପଞ୍ଜିକୃତ କରାଇପାରିବେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)