“ଷଷ୍ଠ ସନ୍ଧ୍ୟାରେ ଆଦିବାସୀ କଳା କୁ ପ୍ରାଧାନ୍ୟତା ଦିଆଯାଇଛି”

ବାରିପଦା-ଉଦଳା(କ:ବ୍ଯୁ)ତା୧୯\୧୨\୨( ମହୋତ୍ସବ ଧୁମୂସା ମଞ୍ଚରେ ପପୁ ଙ୍କ ଦମଦାର କମେଡି)
ମହୋତ୍ସବ ର ନାମକରଣ ଅନୁସାରେ ମଞ୍ଚରେ ଦେଖାଗଲା ଝଲକ। ମଞ୍ଚ ଉପରେ ପରମ୍ପରାର ଝଲକ ଓ ନୃତ୍ୟ ହିଁ ଦର୍ଶାଇଲା ଉଦଳା ମହୋତ୍ସବରେ ଆଦିବାସୀ କଳାକୁ ସବୁଠାରୁ ଦିଆଯାଏ ଅଧିକ ପ୍ରାଧାନ୍ୟ। ଉଦଳା ମହୋତ୍ସବ ଧୁମୂସାର ଷଷ୍ଠ ସନ୍ଧ୍ୟା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିବା ବେଳେ ମଞ୍ଚ ହିଁ କହିଥିଲା ଆଦିବାସୀଙ୍କ କଥା ଓ ଗାଥା। ଯାହା ଦେଖିବା ପରେ ଉପସ୍ଥିତ ଅତିଥିମାନେ ଉଦଳା ମହୋତ୍ସବ ର ନାମ ଧୁମୂସା ଯେ କେତେ ଯଥାର୍ଥ ତାହାକୁ ନେଇ ରଖିଥିଲେ ନିଜର ବକ୍ତବ୍ୟ। ଉଦଳା ମହୋତ୍ସବ ନିଆରା ଏବଂ ସ୍ୱତନ୍ତ୍ରତା ଏତେ ଭିନ୍ନ ଯେ ମଞ୍ଚରେ ଆଦିବାସୀ ପରମ୍ପରାରେ ବାହାଘର ଠାରୁ ଆରମ୍ଭ କରି ବିଭିନ୍ନ ପର୍ବ ର ରୂପରେଖ ଦେଖିବାକୁ ମିଳିଥିଲା। ଶୀତୁଆ ସନ୍ଧ୍ୟାରେ ଆୟୋଜିତ ଏହି ଷଷ୍ଠ ସନ୍ଧ୍ୟାରେ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ, ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ,ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଆଇଟିଡିଏ ର ପ୍ରକଳ୍ପ ପ୍ରଶାସକ ନରେନ୍ଦ୍ର ଖମାରି ପ୍ରମୁଖ ମଂଚାସୀନ ହୋଇଥିଲେ। ମଂଚାସୀନ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ ପରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଥିଲା। ବିଭିନ୍ନ ଆଶ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ନୃତ୍ୟ ସମସ୍ତଙ୍କୁ ଅଧିକ ଆକର୍ଷିତ କରିଥିଲା। ବିଶେଷକରି ମଞ୍ଚ ଉପରେ ସହିଦ ବିର୍ସା ମୁଣ୍ଡା ଙ୍କ ଜୀବନ କାହାଣୀ ସମସ୍ତଙ୍କୁ ଉତ୍ସାହିତ କରିଥିଲା। ଏହି ଶୀତୁଆ ସନ୍ଧ୍ୟା ର ସାଂସ୍କୃତିକ ମଞ୍ଚ କୁ ଅଧିକ ଆକର୍ଷଣୀୟ କରିଥିଲା ହାସ୍ୟ ଅଭିନେତା ପପୁ ପମ ପମ ଙ୍କ କମେଡି। ଯେଉଁ କମେଡିରେ ହସି ହସି ନାକେଦମ ହୋଇଥିଲେ ଦର୍ଶକ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *