

ପଦ୍ମପୁର : (କ ବ୍ୟୁ )ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜମଳା ଆରୟନ ପବ୍ଲିକ ସ୍କୁଲ ରେ ଦ୍ୱିତୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଇତ୍ୟୁ ବସରରେ ମୁଖ୍ୟ ଅତିଥି ଭାବେ ଜମଳା ପଂଚାୟତ ସରପଞ୍ଚ ଶ୍ରୀମତୀ ଅଶ୍ୱର୍ୟା ପାଣିଗ୍ରାହୀ ଯୋଗଦେଇ ଶୁଭ ଉନ୍ମୋଚନ ପତାକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ l ଏଥିରେ ସ୍କୁଲର ସମସ୍ତ ଛାତ୍ର/ଛାତ୍ରୀ, ଅଭିଭାବକ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଛାତ୍ର/ଛାତ୍ରୀ ମାନେ ନିଜ ନିଜ ପସନ୍ଦର ଖେଳ ପ୍ରଦର୍ଶନ କରି କୃତିତ୍ୱ ଅର୍ଜନ କରିଥିଲେ l ସଭାପତି ଶ୍ରୀ ଗୋବିନ୍ଦ ଦାସ ପ୍ରିନ୍ସିପାଲ ଶ୍ରୀ ଲୋକନାଥ ଦାସଙ୍କ ନେତୃତ୍ୱରେଶ୍ରୀ ଆନନ୍ଦ ଜୁଏଡ଼ ମଞ୍ଚ ପରିଚାଳନା ଦାୟିତ୍ୱ ନିଭାଇଥିଲେ ଓ ଖେଳ ପରିଚାଳନା କରିଥିଲେଶ୍ରୀ ଧରମ ବେହେରା ଓ ଶ୍ରୀ ରବିନାରାୟଣ ଭୋଇ l ଶ୍ରୀ ଠାକୁର ସାହୁ, ଶ୍ରୀ ସହଦେଵ ଭୋଇ, ରଜତ ବାରିକ, ନିର୍ମଳା ସାବତ, ସେବତୀ ମହାପାତ୍ର, ଚିତ୍ରlବତୀ ସାହୁ ରୁବି ବଢ଼େଇ ସହଯୋଗ କରିଥିଲେ l ଉଦ୍ଦାଜାପନୀ ଉତ୍ସବରେ ଜମଳା ସରପଞ୍ଚ ଶ୍ରୀମତୀ ଅଶ୍ୱର୍ଯ୍ୟl ପାଣିଗ୍ରାହୀ ଯୋଗଦେଇ ପ୍ରତିଯୋଗିତାରେ ଉତ୍ତୀନ ହୋଇଥିବା ଛାତ୍ର/ଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ lଶେଷରେ ସ୍କୁଲ ର ପ୍ରଧାନ ଶିକ୍ଷକ ସମସ୍ତ ଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l ଏଥି ସହିତ କୁନି କୁନି ଶିଶୁ କଳାକାରଙ୍କ କଳା ପ୍ରଦର୍ଶନ ପରେ ଉତ୍ସବକୁ ବିରତି ଦିଆଗଲା l ଉପଖଣ୍ଡ ପଦ୍ମପୁରରୁ ଫ ଦୀପଙ୍କ ରିପୋଇଟ