ଓଡିଶା ଆଦର୍ଶ ବିଦ୍ୟାଳୟ, ଗାଇସିଲେଟରେ 2025/26 ସମ୍ମାନ ଉତ୍ସବ ପାଳନ

ପଦ୍ମପୁର (କ ବ୍ୟୁ )ଆଜି ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ 2025/26 ବର୍ଷ ସମ୍ମାନ କାର୍ଯ୍ୟକ୍ରମ ହୋଇଯାଇଛି l ବିଦ୍ୟାଳୟ ପରିସର ଉତ୍ସବରେ ବି. ଡି. ଓ.ଶ୍ରୀ ଲକ୍ଷ୍ମଣ ମାଝୀ ସମ୍ମାନନୀୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ତାଙ୍କ ସହିତ ମଞ୍ଚାସିନ ସି. ଆର. ସି. ସି. ଶ୍ରୀ କିଶୋର ଯୋଶୀ, ଅଗ୍ନିଶମ ବିଭାଗୀୟ ଅଧିକାରୀ ଶ୍ରୀ ଗୋବିନ୍ଦ ସାହୁ ଓ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଶ୍ରୀ ଯୋଗଆନନ୍ଦ ସାହୁ କାର୍ଯ୍ୟକ୍ରମର ମୁଖ୍ୟଂଶ ଭାବେ ମଞ୍ଚାସିନ ହୋଇଥିଲେ l ଏହି ଉତ୍ସବରେ ଛାତ୍ରଛାତ୍ରୀ ଓ ତାଙ୍କ ଅଭିଭାବକ ସୀମିତ ଭାବରେ ଯୋଗ ଦେଇଥିଲେ l ସ୍କୁଲ ପରିସର ସାଜସଜ୍ଜା ବହୁ ଉଚ୍ଚ କୋଟିର ହୀଥିଲା l ଏହି ଉତ୍ସବ ମଞ୍ଚ ସଂଚାଳକ ଆସିଷ୍ଟାଣ୍ଡ ପ୍ରିନ୍ସିପାଲ ଶ୍ରୀ ବିଶ୍ୱଜିତ କଲେତ ସୁଚାରୁ ରୂପେ ପରିଚାଳନା କରି ଭିଦ୍ୟାଳୟର ଗୁଣ ଗାନ କରିଥିଲେ l ପରିଶେଷରେ ମଧ୍ୟାହ୍ନ ଭୋଜନରେ ଅଂଶଗ୍ରହଣ କରି କଳା ପ୍ରଦର୍ଶନର କୃତିତ୍ୱ ପୁରସ୍କାର ବଣ୍ଟନ କରି ମଞ୍ଚ ଆଲୋକ ଲିଭିଥିଲା l ପଦ୍ମପୁର ଉପଖଣ୍ଡରୁ ଫ ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *