କାଲିଆମାଳି ପାହାଡରେ ଆୟୋଜିତ ହେଲା ପରବ ମାଉଣ୍ଟ ଟ୍ରେକିଙ୍ଗ

ନାରାୟଣପାଟଣା,୧୩/୧୨ : -କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ବର୍ଷ ପରବ ୨୦୨୫ ର ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆଜି ନାରାୟଣପାଟଣା ବ୍ଲକ ବିଜାଘାଟି ପଂଚାୟତ ଝଡିପଦର ନିକଟ କାଲିଆ ମାଳି ପାହାଡ ରେ ବେଶ ଆଡ଼ମ୍ବର ସହକାରେ ଆୟୋଜିତ ହୋଇଯାଇଛି । ସମୟ ନିର୍ଘଣ୍ଟ ପୁର୍ବରୁ ପହଂଚି ଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ବିଜାଘାଟିରୁ ପତାକା ଦେଖେଇ ପର୍ବତାରୋହଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ।ଏହି ପ୍ରତିଯୋଗିତାରେ ସମସ୍ତ ପ୍ରତିଯୋଗିତା ଙ୍କୁ ପରବ ଟି ସାର୍ଟ ପ୍ରଦାନ କରାଯାଇଥିଲା ।ତିନି କିଲୋମିଟର ପାହାଡିଆ ରାସ୍ତାରେ ଚାଲି ଚାଲି ପ୍ରତିଯୋଗୀତା ମାନେ ଭାଗ ନେଇଥିଲେ ।ଆଉ ପ୍ରତିଯୋଗିତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ । ମଞ୍ଚରେ ରେ ନିମନ୍ତ୍ରିତ ଅତିଥି ସମେତ ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ଉପାଧ୍ୟକ୍ଷ ରିନୁଦାସ,ସରପଂଚ ପିଲିବ ଶିରିକା ପ୍ରମୁଖ ଉପସ୍ଥିତ ଥିଲେ । କାଲାଆମାଳି ପାହାଡ କୁ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପର୍ବତାରୋହଣ ପ୍ରତିଯୋଗିତା କରାଇବା ପାଇଁ ସହଯୋଗ କରି ଥିବା ବ୍ଲକ ପ୍ରଶାସନ ଏବଂ ଉପସ୍ଥିତ ଯୁଗ ବର୍ଗ ଙ୍କୁ ଧନ୍ୟବାଦ ଜଣାଇ ଥିଲେ ଜିଲ୍ଲାପାଳ ।କାଲିଆ ମାଳି ପାହାଡ ଏବେ ପର୍ଯ୍ୟଟନ ସ୍ଥଳୀ ପାଇଁ ଜିଲ୍ଲା ପ୍ରଶାସନ ବହୁ ବିକାଶ ମୂଳକ କାର୍ଯ୍ୟ ପନ୍ଥା ହାତକୁ ନେଇଛି ।ଏଠାକାର ଯୁବଗୋଷ୍ଠୀ ,ସ୍ଥାନୀୟ ମହିଳା ,ଅଂଚଳର ବିକାଶ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।ଏଠାରେ ଆଲବମ୍ ,ଟଲିଉଡ୍ ଚଳଚିତ୍ର ସୁଟିଂ ପାଇଁ ନିର୍ମାତା ଙ୍କ ଚରାଭୂଇଁ ପାଲଟିଛି ।ଆଗକୁ ବଡ଼ ବଡ଼ ବଜେଟ୍ ରେ ଫିଲ୍ମ ନିର୍ମାତା ଆସିବାର ସମ୍ଭାବନା ରହିଥିବା ଜିଲ୍ଲାପାଳ କହିଥିଲେ ।ବହୁତ ଶୀଘ୍ର କାଲିଆ ମାଳି ପାହାଡ କୋରାପୁଟର ପର୍ଯ୍ୟଟନ ମାନଚିତ୍ରରେ ଯୋଡିହେବାକୁ ଯାଉଥିବା ଉଲେଖ୍ୟ କରିଥିଲେ ।ଖାସ୍ କରିଛି ସେମିଳିଗୁଡା , କୋରାପୁଟ,ସୁନାବେଡା ବିଜାଘାଟି ପଂଚାୟତର ଯୁବଗୋଷ୍ଠୀ ଛାତ୍ରଛାତ୍ରୀ ଯେଉଁ ଭାବେ ଏତେ ଶୀତରେ ଆସି ପ୍ରତିଯୋଗିତା ରେ ଭାଗ ନେଇ ସଫଳ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୃତି ପ୍ରତିଯୋଗୀଙ୍କୁ ମେଡାଲ୍ ସହ ମାନପତ୍ର ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।ଶେଷରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *