“ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ଆନୁକୂଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ”

ବାରିପଦା(କ:ବ୍ଯୁ) ତା ୧୨/୧୨/୨୦୨୫
ଆଜି ମୁର୍ଗାବାଡି ସ୍ଥିତ ପ୍ରୟାସ ହଲ ପରିସର ଠାରେ ଓରମାସ ପରିଚାଳିତ ମୟୂରଭଞ୍ଜ ଫଳ ଓ ପନିପରିବା କୃଷକ ଉତ୍ପାଦକ କମ୍ପାନୀ ତରଫରୁ ଦ୍ଵିତୀୟ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ରକ୍ତଦାନ ଶିବିରକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ବର୍ତମାନର ପରିବର୍ତ୍ତିତ ସମୟରେ ଥାଲସେମିଆ, ସିକିଲସେଲ ଭଳି ଦୂରାରୋଗ୍ୟ ତଥା ଆକସ୍ମିକ ଦୁର୍ଘଟଣା ପାଇଁ ଓ ଅନ୍ୟାନ୍ୟ ଅସାଧ୍ୟ ରୋଗର ଜରୁରୀ ଅସ୍ତ୍ରୋପଚାର ପାଇଁ ରୋଗୀର ଅମୂଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ବହୁ ସମୟରେ ରକ୍ତର ହଠାତ ଆବଶ୍ୟକତା ଦେଖାଦେଉଛି । ଏହାର ଦୂରୀକରଣ ପାଇଁ ରକ୍ତଦାନର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ଵ ଅଭିଯାନ ଅନ୍ତର୍ଗତ ସମାଜର କଲ୍ୟାଣ ପାଇଁ ଏହି ଶିବିର ଆୟୋଜନ କରିଥବାରୁ କୃଷକ ଉତ୍ପାଦକ କମ୍ପାନୀର ଏହି ମହତ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ ବୋଲି କହିଥିଲେ। ଏହି ଅବସରରେ ରକ୍ତ ଦାତା ମାନଙ୍କୁ ଏହି ମହତ ଦାନ ପାଇଁ କୃତଜ୍ଞତା ଜଣାଇବା ସହିତ ସ୍ବେଛାକୃତ ରକ୍ତଦାନ ପାଇଁ ସଚେତନତାକୁ ବ୍ୟାପକରୁ ବ୍ୟାପକତର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ।
ବାରିପଦା ରକ୍ତ ଭଣ୍ଡାରର ଅଧିକାରୀ ଡା. ସୌମ୍ୟ ରଞ୍ଜନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନ୍ୟ ସହକର୍ମୀ ଡଃ ନିଲେଶ ଦାସ, ଲ୍ୟାବ ଟେକ୍ନେସିଆନ୍ ପ୍ରଫୁଲ୍ଲ ମାଝୀ, ଷ୍ଟାଫ୍ ନର୍ସ ରୂଚିକା ଖୁରାନା, ଶକୁନ୍ତଳା ମହାନ୍ତ, କରୁଣାକର ଜେନା ପ୍ରମୁଖଙ୍କ ସହଯୋଗରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଉକ୍ତ ଶିବିରରୁ ସମୁଦାୟ ୩୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଓରମାସର ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଶାନ୍ତନୁ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ବାରିପଦା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ଜିଲ୍ଲା ରେଡ଼କ୍ରସ ଶାଖାର ଆଜୀବନ ସଦସ୍ୟ ତଥା ରକ୍ତଦାତା ଅମର କୁମାର ସେଠୀ, ଶୁଭକାନ୍ତ ଜେନା, ପ୍ରକାଶ ମାଝୀ, ଜ୍ଞାନରଞ୍ଜନ ଦାସ, ସନ୍ଦୀପ ସବୁ, ସୁପ୍ରିୟା ଜେନା, ମୋନାଲିସା ପଡିହାରୀ, ରଞ୍ଜନ କୁମାର ବେହେରା ଓ ବିଭିନ୍ନ କୃଷକ ଉତ୍ପାଦକ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *