ପ୍ରେମିକ କୁ ଦେଖା କରିବା ହେଲା କାଳ

ନୟାଗଡ : ପ୍ରେମିକା କୁ ଦେଖା କରିବାକୁ ଯିବା ସମୟରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ରେ ଲାଗି ଯୁବକ ମୃତ। ପୋଲିସ ତଦନ୍ତ କରି ୪ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାସ ୨୭ ତାରିଖ ରେ ଦଶପଲ୍ଲା ଥାନା ବିନାପଂହଁରା ଗାଁ ର ହରି ଥାଟେଇ ତାଙ୍କ ପ୍ରେମିକ ଙ୍କୁ ଦେଖାକରିବାକୁ ଯାଇ ପଙ୍କୁଆ କଳସଖମଣ ରାସ୍ତା ରେ ଯାଉଥିଲେ। ଉଡୁଡା ନିକଟରେ ବିଦ୍ୟୁତ ଆଘାତର ଲାଗିଥିଲା। ପ୍ରେମିକ ହରିକୁ ବଂଚେଇବା ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ। ବିଦ୍ୟୁତ ତାର ବିଞ୍ଚାଇ ଥିବା ଯୁବକ ଦେଖି ମୃତ ଦେହକୁ ଧରି ବାଇକ ଯୋଗେ ଅନ୍ୟ ସ୍ଥାନରେ ପକାଇଥିଲେ। ଦଶପଲ୍ଲା ପୋଲିସ ତଦନ୍ତ କରିବା ସହ ମୃତ ବ୍ୟକ୍ତି ହରି ପକେଟ ରୁ ମୋବାଇଲ ବାହାରିଥିଲା। ମୋବାଇଲ ଯାଞ୍ଚ କରି ପୋଲିସ ପ୍ରେମୀକା ନିକଟରେ ପଂହଁଚି ଥିଲା। ଘଟଣାର ସତ୍ୟାସତ୍ୟ ବାହାରିଥିଲା। ଦଶପଲ୍ଲା ଥାନା ପୋଲିସ ବିଦ୍ୟୁତ ଫସ ପକାଇ ଥିବା ୪ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *