ନୟାଗଡ : ବାଇକ ଚୋରି ରାକେଟ କୁ ଧରିଲା ଖଣ୍ଡପଡା ଓ ଫତେଗଡ଼ ଥାନା ପୋଲିସ। ୪ ଅନ୍ତରାର୍ଯ୍ୟ ଚୋର ଗିରଫ। ବହୁ ଦିନଧରି ଖଣ୍ଡପଡା ଓ ଫତେଗଡ଼ ଅଞ୍ଚଳ ରେ ଗାଡ଼ି ଚୋରି ବୃଦ୍ଧି ପାଉଥିଲା। ଗାଡି ଚୋରି କୁ ନେଇ ପୋଲିସ ର ମୁଣ୍ଡବ୍ୟଥା ପାଲଟିଥିଲା। ପୋଲିସ ଆଖିରେ ଧୂଳି ଦେଇ ଚୋର ମାନେ କୌଶଲକ୍ରମେ ଗାଡ଼ି ସବୁ ଚୋରି କରି ନେଇଯାଉଥିଲେ। ଖଣ୍ଡପଡା SDPO ଙ୍କ ତତ୍ଵାବଧାନ ରେ ଖଣ୍ଡପଡା ଓ ଫତେଗଡ଼ ପୋଲିସ ଗାଡ଼ିଚୋର ଙ୍କୁ ଧରିବାପାଇଁ ଏକ ଟିମ ତିଆରି କରିତଦନ୍ତ ଆରମ୍ଭ କରିଥିଲେ। ସଫଳତାର ସହିତ ୧୫ଟି ମୋଟର ସାଇକେଲ ସହ ୪ଚୋର ଙ୍କୁ ଧରିବାରେ ସଫଳ ହୋଇଥିଲେ। ଚୋର ମାନଙ୍କ ନାଁ ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ନେଇ ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲା sp ଏସ ସୁଶ୍ରୀ । ତେବେ ଚୋର ମାନଙ୍କୁ ରିମାଣ୍ଡ ରେ ନେଇ ଅଧିକ ତଦନ୍ତ କରାଯିବ ବୋଲି sp ଜଣାଇଛନ୍ତି।
(ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ )