ସାଂସଦ ମହୁଆ ମୋଇତ୍ରୀଙ୍କ ମିଛ ଅଭିଯୋଗ

ନୟାଗଡ : ପଶ୍ଚିମବଙ୍ଗ ସାଂସଦ ମହୁଆ ମୋଇତ୍ରୀଙ୍କ ମିଛ ଅଭିଯୋଗ l ସେ ଏକ ଭିଡ଼ିଓ ଜାରୀ କରି 4 ବଙ୍ଗାଳିଙ୍କୁ ପୋଲିସ ତଡିଥିବା ଅଭିଯୋଗ କରିଥିଲେ l ମାତ୍ର ଏହା ମିଛ ବୋଲି ପ୍ରମାଣିତ ହୋଇଛି l ପୋଲିସ ତଡ଼ିନି ବରଂ 14 ଜଣ ଅଜଣା ବଙ୍ଗାଳି ବେପାରୀଙ୍କ ପରିଚୟ ଯାଞ୍ଚ କରୁଥିବା ବେଳେ ସେମାନେ ନିଜେ ନିଜେ ପଳାଇଛନ୍ତି ବୋଲି ଜଣାପଡିଛି l ଏ ନେଇ ନୟାଗଡ଼ର ଅତିରିକ୍ତ SP ସୁବାସ ପଣ୍ଡା ସ୍ପଷ୍ଟ କରିଛନ୍ତି l ଅଭିଯୋଗ ଆସିବା ପରେ ଓଡଗାଁ ପୋଲିସ ପକ୍ଷରୁ ଅଜଣା ବଙ୍ଗାଳିଙ୍କ ପରିଚୟ ପତ୍ର ଯାଞ୍ଚ କରାଯାଇଛି l ସେମାନେ ନିଜେ ନିଜେ ଯାଇଥାଇପାରନ୍ତି କିନ୍ତୁ ସେମାନଙ୍କୁ ପୋଲିସ ତାଡିନାହିଁ ବୋଲି କହିଛନ୍ତି ଅତିରିକ୍ତ SP lନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସିଥିବା ଅଜଣା ବେପାରୀଙ୍କ ପରିଚୟ ଜାଣିବା ନିମନ୍ତେ ଓଡ଼ଗାଁ ପୋଲିସ୍ ପ୍ରୟାସ ଆରମ୍ଭ କରିଥିଲା l ସେମାନଙ୍କ ପାଖରେ ଯଦି ଆଧାର କାର୍ଡ ଏବଂ ଭୋଟ ପରିଚୟପତ୍ର ଥାଏ ତେବେ ସେଗୁଡ଼ିକୁ ଯାଞ୍ଚ କରିବା ନିମନ୍ତେ ତଦନ୍ତକାରୀ ସଂସ୍ଥାକୁ ପଠାଇ ଦିଆଯିବ ଏବଂ ଯାଞ୍ଚ ପ୍ରକ୍ରିୟା ସରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଇଆଇସି ଅଭୟ ବେହେରା ଉଦ୍ୟମ କରିଥିଲେ l ପଶ୍ଚିମବଙ୍ଗ ରାଜ୍ୟ ମୂର୍ଷିଦାବାଦରୁ ବେପାର ପାଇଁ ଓଡ଼ଗାଁ ଅଞ୍ଚଳରେ ରହୁଥିବାରୁ ଓଡ଼ଗାଁ ପୋଲିସ ପ୍ରାଥମିକ ଅନୁସନ୍ଧାନ ପାଇଁ ଡାକିଥିଲା l ଯାଞ୍ଚ ଅଥରିଟିଙ୍କ ଯାଞ୍ଚ ପରେ ଏମାନେ ଭାରତୀୟ କିମ୍ବା ବାଙ୍ଗାଲାଦେଶୀ ଅଥବା ରୋହିଙ୍ଗିଆ ବୋଲି ଜଣାପଡ଼ିବ l
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *