ଘରୋଇ କୋଚିଂ ସେଣ୍ଟର ରେ ଛାତ୍ର କୁ ମାଡ଼ ଘଟଣା। କୋଚିଂ ସେଣ୍ଟର କୁ ସିଲ କଲା ନୟାଗଡ ଜ଼ିଲ୍ଲା ପ୍ରଶାସନ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।

ନୟାଗଡ : ଦଶପଲ୍ଲା ମହାବୀର କୋଚିଂ ସେଣ୍ଟର ହଷ୍ଟେଲରେ ରାଗିଂ । ଅଇଁଠା ବାସନ ନଧୋଇବାରୁ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ଛେଚିଲେ ଦଶମ ଶ୍ରେଣୀର 3 ଛାତ୍ର । ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନେଲା ଦଶପଲ୍ଲା ପୋଲିସ । 3 ଛାତ୍ରଙ୍କୁ ପଚାରଉଚରା ପରେ ବାଳସୁଧାରଗୃହକୁ ପଠାଇଦିଆଯାଇଛି । ଅଭିଯୋଗ ଅନୁଯାୟୀ ଘଟଣାଟି 3 ମାସ ତଳେ ହୋଇଥିବା ବେଳେ କିଛିଦିନ ପୂର୍ବେ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ଘଟଣାରେ ପୀଡିତ ବାଳକଙ୍କ ପରିବାରକୁ ଖବର ଦେଇ ଦଶପଲ୍ଲା ଥାନାକୁ ଡକାଯାଇଥିଲା । ପୀଡିତଙ୍କ ବାପା ଥାନାରେ ଏକ କେସ କରିଛନ୍ତି । 3 ଜଣ ନାବାଳକଙ୍କୁ ଅଟକ ରଖି ଅବଜରଭେସନକୁ ପଠାଇ ଦେଇଛି । କୋଚିଂ ସେଷ୍ଟର ହଷ୍ଚେଲରେ 20-25 ପିଲା ରହୁଛନ୍ତି ବାହାରୁରୁବି କିଛି ପିଲା କୋଚିଂ ସେଣ୍ଟରକୁ ଆସନ୍ତି । ଏମାନଙ୍କ ମଧ୍ୟରେ 2ଟି ଗୋଷ୍ଠୀ ହୋଇଯାଇଛି । ପୀଡିତ ଜଣଙ୍କ କିଛି ଭୁଲ କରିଥିବାରୁ ଅନ୍ୟ ଗୋଷ୍ଠୀର ପିଲା ତାଙ୍କୁ ଭୁଲ ମାଗିବାକୁ କହୁଥିଲେ ଯାହାକୁ ନେଇ ଝଗଡା ହେବା ପରେ ମାରପିଟ ହୋଇଥିଲା । ପୀଡିତ ଜଣକ ଏ ବିଷୟରେ କାହାକୁ କହିନଥିଲେ । ଭିଡିଓ ଭାଇରାଲ ହେବା ପରେ ଦଶପଲ୍ଲା ପୋଲିସ 3 ନାବାଳକ ଓ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲେ । ପରେ 3 ନାବାଳକଙ୍କୁ ବାଳ ସୁଧାର ଗୃହ କୁ ପଠାଇ ଥିଲେ। ପୋଲିସ କୋଚିଂ ସେଣ୍ଟର ଉପରେ ତଦନ୍ତ ସମ୍ପୂକ୍ତ ମାଲିକ କୁ ତଦନ୍ତ ପରିସର କୁ ନିଆଯିବ। ଏଭଳି ସାମ୍ବାଦିକ ସମ୍ମିଳନୀ କରିକହିଛନ୍ତି ନୟାଗଡ sp ଏସ ସୁଶ୍ରୀ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *