ନୟାଗଡ଼ : ନୟାଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା । ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିବା ସହ ୨ ଜଣଙ୍କୁ ଗିରଫ କରିଛି ନୟାଗଡ ଜ଼ିଲ୍ଲା ପୋଲିସ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୟାଗଡ଼ ଏସ ପି। ରଣପୁର ଥାନା ଡମସାହି ଅଞ୍ଚଳର ତୋଫାନ ନାୟକ ନିଜ ବାଇକରେ ଦେଶୀ ବନ୍ଧୁକ ନେଇ ଯାଉଥିବା ଖବର ପାଇଥିଲା ରଣପୁର ପୋଲିସ। ପୋଲିସ ତୋଫାନକୁ ପଚାରିବା ସହ ଗିରଫ କରିଥିଲା । ପରେ ତା ଠାରୁ ଖବର ପାଇ ଶରଣକୁଳ ଥାନା ଗୋଡିପଡାରେ ଚାଲୁଥିବା ବନ୍ଧୁକ ତିଆରି କାରଖାନରେ ଚଢାଉ କରିଯାଇଥିଲା । ଚଢ଼ାଉ ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରସାନ୍ତ ବିଶ୍ବାଳକୁ ଗିରଫ କରିବା ସହ ଅନ୍ୟ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି ପୋଲିସ । ଅଭିଯୁକ୍ତକୁ ଗିରଫ ବେଳେ ପୋଲିସ ଅଭିଯୁକ୍ତ ମଧ୍ୟରେ ଧସ୍ତାଧସ୍ତି ହୋଇ ଜଣେ ଏ ଏସ ଆଇ ସାମାନ୍ୟ ହୋଇଥିଲେ। ପୋଲିସ ଏନେଇ ଅଧିକ ତଦନ୍ତ କରୁଥିବା ନୟାଗଡ ଏସ ପି ଏସ ସୁଶ୍ରୀ ସୁଚନା ଦେଇଛନ୍ତି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ