

କେସିଙ୍ଗା
ଦୀର୍ଘ ଦିନ ହେବ ଭଲ ରାସ୍ତା ରେ ପାଇଁ ସ୍ଥାନୀୟ ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ,ରାସ୍ତା ରେ ପାଈଲେ ନାହିଁ ଗ୍ରାମ ବାସି ।କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ କାଶୁରପଡା ଠାରୁ ସିଂହଝରଣ ଗାଁ କୁ ଯିବା ପାଇଁ ରହିଛି ଏକ ମାତ୍ର ରାସ୍ତା ।ଯାହାର ଅବସ୍ଥା ନ କହିଲେ ଭଲ ,ପୂର୍ବରୁ ପିଚୁ ରାସ୍ତା ଥିଲା ବେଳେ ବଡ ଗାଡ଼ି ଚାଲି ରାସ୍ତା କୁ ଖରାପ କରିଦେଇଛି ।ଜାଗା ଜାଗାରେ ବଡ଼ ବଡ଼ ଖାଲ ହୋଇ ଯାଇଥିବା ବେଳେ ଚାଲି ଯିବାକୁ ପାଇଁ ମଧ୍ୟ ଅସୁବିଧା ଭୋଗୁଛନ୍ତି ଗ୍ରାମ ବାସି ।ଏହାକୁ ନେଇ ଗ୍ରାମ ବାସି ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଅନ୍ୟ ପକ୍ଷରେ ଅଞ୍ଚଳ ରେ କିଛି ସରକାରୀ ଜମି ରହିଥିବା ବେଳେ କେତେକ ଲୋକ ସେହି ସରକାରୀ ଜମିକୁ ଜବର ଦଖଲ କରି
ରଖିଛନ୍ତି ।ସେହି ସରକାରୀ ଜାଗା ଗୁଡ଼ିକୁ ମାପ ଯୁପ କରିବା ପାଇଁ ଗ୍ରାମ ବାସି ସ୍ଥାନୀୟ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି ।
ଯଥା ଶୀଘ୍ର ଗ୍ରାମ କୁ ଏକ ଭଲ ରାସ୍ତା ତିଆରି କରିଦେବା ସହିତ ସରକାରୀ ଜମି ଗୁଡ଼ିକୁ ମାପ ଜୁପ କରିବା ପାଇଁ ଦାବି କରିଛନ୍ତି ଗ୍ରାମ ବାସି ତେବେ ସ୍ଥାନୀୟ ପ୍ରଶାସନ ଗ୍ରାମ ବାସି ଙ୍କ ଦୀର୍ଘ ଦିନର ଦାବି କୁ କେବେ ପୁରଣ କରିବ ତାହା ଦେଖିବାକୁ ବାକି ରହିଲା ।
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ