ନୟାଗଡ : ଦଶପଲ୍ଲା ଥାନା ରଙ୍ଗମାଟିଆ ନିକଟରେ ଗଛରେ ପିଟିହେଲା କାର୍ । ୪ଗୁରୁତର , ୨ ଆହତ । ଗୁରୁତରଙ୍କୁ ଭୂବନେଶ୍ବର ସ୍ଥାନାନ୍ତର । ଗାଡି ଚଳାଉଥିବା ଗୁରୁତର ଧୃବଳ ମାଝୀ ମନ୍ତ୍ରୀ ନିତ୍ଯାନନ୍ଦ ଗଣ୍ଡଙ୍କ ପିଏସ୍ଓ । ଭଉଣୀ ଜୟମଣୀଙ୍କ ଚିକିତ୍ସା ପାଇଁ ପରିବାର ସଦସ୍ଯଙ୍କ ସହ ନବରଙ୍ଗପୁରରୁ ଭୂବନେଶ୍ବର ଯାଉଥିଲେ ଧୃବଳ । ଗାଡିରେ ୬ଜଣ ରହିଥିଲେ । କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା । ଗୁରୁତରମାନେ ହେଲେ ଧୃବଳ ମାଝୀ , ଜୟମଣୀ ମାଝୀ , କମଳା ମାଝୀ ଏବଂ ନବୀନ ବାର୍ତ୍ତା । ସମସ୍ତଙ୍କୁ ଏମସ୍ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଗୁରୁତରମାନଙ୍କୁ ଆମ୍ବୁଲାନ୍ସରେ ପ୍ରଥମେ ନୟାଗଡ ଏବଂ ପରେ ଭୂବନେଶ୍ବରର ଏସ୍ କୁ ସ୍ଥାନାନ୍ତର କରାଯାଇଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ