ମଣିଷ କିପରି ହୁଏ…… 🙏

ପୁଅକୁ ଜୀବନେ ଗାଡି ଦିଅ ନାହିଁ
ଝିଅକୁ ନଦିଅ ଫୋନ
ଏହି ଦୁଇଗୋଟି ଦେଲେ ପୁଅ ଝିଅ
ପାଇବେନି ଆଉ ମାନ…….. 1

ପର ହାତେ କେବେ ନଦିଅହେ ଲେଡି
ଦିଅନାହିଁ କେବେ ଗାଡି
ଦେଲେ ସରିଗଲା ଜୀବନ ତୁମର
ଗାଡି ଲେଡି ଯିବେ ଉଡି……… 2

ବାହାର ଜିନିଷ ଖାଅ ନାହିଁ କେବେ
ଖାଇଲେ ବେମାର ମାଡି
ଯଦି କେବେ ଭାଇ ଖାଇଦେଲ ଥରେ
ତୁଳସୀ ଖାଅ ଦଉଡି……… 3

କବିମାନେ କେବେ ଚୋରି କରନାହିଁ
କରିଲେ କବିରେ ହାରି
ଜୀବନଟା ଖାଲି ଦୁଃଖ ଯନ୍ତ୍ରଣାରେ
କାନ୍ଦୁଥିବ ପାଦ ଧରି……. 4

ଭିନ୍ନତା ସମାଜେ ଶୃଷ୍ଟି କରନାହିଁ
କରିଲେ ହୋଇବ କୁତା
ସମାନତା ଭାବ ଯିଏ ଶୃଷ୍ଟିକରେ
ସେଇତ ଭାରତ ମାତା……. 5

ସମ୍ବିଧାନେ ପରା ସେ ଆମ୍ବେଦକର
ସବୁଙ୍କୁ କଲେ ସମାନ
ଭାରତ କାହିଁକି ବିଶ୍ଵ ଦରବାରେ
ସିଏ ହୋଇଲେ ମହାନ…… 5

ତେଣୁ ହେ ମହାନ ଧର ଗାନ୍ଧୀ ମାନ
ତାସହ ଆମ୍ବେଦକର
ହସିବ ଭାରତ ହସିବ ଆରତ
ତ୍ରିରଙ୍ଗାରେ ହୁଅ ହିରୋ…….. 6
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା

Leave a Reply

Your email address will not be published. Required fields are marked *