
ଦେଖ ଏ ତ୍ରିରଙ୍ଗା ହୋଇ ତିନିରଙ୍ଗ
ହୋଇଛି ପରା ଗୋଟିଏ
ତିନିଧର୍ମ ଥାଇ ଏ ମହାନ ଦେଶ
ଗୋଟିଏ ବୋଲିଣ କହେ……. 1
ବହୁ ଜାତି ଦେଶେ ରହିଛନ୍ତି ସତ
କହୁଥାନ୍ତି ଆମେ ଏକ
ଏକ ଏ ଭାରତେ ହୋଇଲେ ଜନତା
ଭାରତର ହେବ ଟେକ……. 2
ଏ ଦେଶର ସେହି ସମ୍ବିଧାନ ପରା
କହିଛି ସମସ୍ତେ ଏକା
ସବୁ ଜାତି ଧର୍ମ ଏକ ହୋଇଗଲେ
ଭାରତ ହୋଇବ ପକ୍କା……3
ଭାରତ ସ୍ୱାଧୀନ ହୋଇଥିଲା ପରା
ସବୁ ଜାତି ଧର୍ମ ନେଇ
ଏକହୋଇ ଦେଶେ ସେଭାବେ ରହିଲେ
ତ୍ରିରଙ୍ଗା ଉଠିବ ସାଇଁ…….. 4
ଗାନ୍ଧୀ ଭୀମ ବିଲେ କହିଥିଲେ ପରା
ଆମେସବୁ ଭାରତୀୟ
ନ୍ୟାୟ ଧର୍ମ ଦେଇ ଜାଗିଉଠ ଭାଇ
ତ୍ରିରଙ୍ଗାର ହେବ ଜୟ…….. 5
ଯାହା ଦେଖାଯାଏ ଏହିସେ ଦେଶରେ
କିଛି ତ୍ରୁଟି ରହିଅଛି
ଯାହାର ପ୍ରଭାବେ ଭାରତ ବରଷେ
ବିଭ୍ରାଟ ହେଉଣ ଅଛି……. 6
ତେଣୁ ହେ ଭାରତ ନହୋଇ ଆରତ
ଏକହୋଇ ଠିଆ ହୁଅ
ହସିବ ତ୍ରିରଙ୍ଗା ଦେଶହେବ ରଙ୍ଗା
ଭାରତର ହେବ ଜୟ…….. 7
🇮🇳
ଆମ୍ବେଦକର ପାଠାଗାର
ମହାକାଳପଡ଼ା