ଯାଜପୁର ଜିଲ୍ଲା ଶ୍ରମକାର୍ଯ୍ୟାଳୟ କୁ ଅସ୍ତିର କରିବାକୁ ହେଉଥିବା ଷଡ଼ଯନ୍ତ୍ର କୁ ବିରୋଧ।

ଚଣ୍ଡିଖୋଲ, ୧୧/୧୧ (କ ବ୍ୟୁ) : ଯାଜପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ପୁର୍ବ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମୟରେ, ବଡବଡ ଦୁର୍ନୀତି, ଶ୍ରମିକ କଲ୍ୟାଣ ପାଣ୍ଠି ରୁ ବିପୁଳ ଅର୍ଥ ହଡ଼ପ ଓ ଶ୍ରମିକ ନେତା ମାନଙ୍କୁ ର୍ଦୁବ୍ୟବହାର କରିବା ଚରମ ସୀମା ରେ ପହଞ୍ଚିଥିଲା।ଏ ବିଷୟରେ ନୂତନ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ଦୁର୍ନୀତି ଗ୍ରସ୍ଥ ଶ୍ରମ ଅଧିକାରୀ, ମାନଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯିବା ପରେ ଶ୍ରମ କାର୍ଯ୍ୟାଳୟ ରେ ଦୁର୍ନୀତି କମିଥିବା ଜଣା ପଡ଼ିଛି।ନୁତନ ଭାବେ ଯୋଗ ଦେଇଥିବା ଶ୍ରମ ଅଧିକାରୀ ସୁଧୀର କୁମାର ସାହୁ ଯୋଗଦେବା ପରେ ତାଙ୍କର ସଚ୍ଚୋଟ,ସ୍ବଚ୍ଛ ଓ ଦୁର୍ନିତି ମୁକ୍ତ କାର୍ଯ କଳାପ ଯୋଗୁ ପୂର୍ବ ଦୁର୍ନିତି ଗ୍ରସ୍ତ ଅଧିକାରୀଙ୍କ ସହଯୋଗୀ ମାନେ ଭୟଭୀତ ହୋଇ ପଡିଛନ୍ତି। ଏପରିକି ଶ୍ରମ ଅଧିକାରୀ ଓ ବରିଷ୍ଟ ଶ୍ରମ ଅଧିକାରୀ ନିକଟ ଅତୀତରେ ଜଣେ ସଚ୍ଚୋଟ ମହିଳା ଅଧିକାରୀଙ୍କୁ ଅଶାଳୀନ ବ୍ୟବହାର କରିବାକୁ ପଛାଇ ନ ଥିଲେ।କିଛି ଦୁର୍ନିତି ଗ୍ରସ୍ତ ଶ୍ରମିକ ନେତା ମାନେ ନୂଆ କରି ଆସିଥିବା ସଚ୍ଚୋଟ ଶ୍ରମ ଅଧିକାରୀ ମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି।ଏହି ସରକାରୀ ବିରୋଧୀ ତତ୍ତ୍ଵ ମାନେ ଓଡ଼ିଶାର ନୂଆ ସରକାରଙ୍କୁ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି।ଯାଜପୁର ଜିଲ୍ଲାର ଲକ୍ଷ ଲକ୍ଷ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି କୁଚକ୍ରୀ ଗୋଷ୍ଠି ଙ୍କ କବଳରୁ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ଓ ଅନ୍ୟ କନିଷ୍ଠ ସହ ଶ୍ରମ ଅଧିକାରୀ ଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଅସ୍ଥିରତା ସୃଷ୍ଟି କରୁଥିବା ତତ୍ତ୍ଵ ମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ଓଡ଼ିଶା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟି ତତଫରୁ ଯାଜପୁର ଯୁଗ୍ମ ଶ୍ରମ କମିଶନର, ଯାଜପୁର ଜିଲ୍ଲାପାଳ,ରାଜ୍ୟ ଶ୍ରମ କମିଶନର, ଓ ରାଜ୍ୟ ପ୍ରମୁଖ ଶ୍ରମ ସଚିବ ମାନଙ୍କୁ ଅନୁରୋଧ କରାଯାଇଛି।ଆବଶ୍ୟକ ପଡିଲେ ଏବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରମ ମନ୍ତ୍ରୀ,ଙ୍କ ନଜରକୁ ଅଣାଯିବ ବୋଲି କମିଟିର ସଭାପତି ନୃସିଂହ ମିଶ୍ର,ସଧାରଣ ସମ୍ପାଦକ ଦୀନବନ୍ଧୁ ସାହୁ,ସଙ୍ଗଠନ ସମ୍ପାଦକ ନାରାୟଣ ନାୟକ,ସହ ସମ୍ପାଦକ ରମେଶ ଜେନା,ଧିରେନ୍ଦ୍ର ନାୟକ, ଇଶ୍ଵର ଚନ୍ଦ୍ର ପ୍ରଧାନ,କାର୍ତ୍ତିକ ପଲେଇ ପ୍ରମୁଖ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *