
ଚଣ୍ଡିଖୋଲ ୧୧/୧୧(କ ବ୍ୟୁ) : ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ “ଭାରତୀୟ ଗଣତନ୍ତ୍ରରେ ମୂକ୍ତ ଓ ଅବାଧ ନିର୍ବାଚନ ସମସ୍ୟା ଓ ଆହ୍ଵାନ”ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ମୂଖ୍ୟ ଅଧ୍ୟାପକ ଦୀପକ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟା କୁ ସଫଳ କରିବା ପାଇଁ ସଚେତନ ନାଗରିକ ଙ୍କର ଗୁରୁ ଦାଇତ୍ୱ ରହିଛି ଯାହା ବିଭିନ୍ନ ଦୃଷ୍ଟାନ୍ତ ସହ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ତଥା ବିଷୟ ବିଶେଷଜ୍ଞ ଲଚ୍ଛମନ୍ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ପ୍ରମୋଦ କୁମାର ରାୟ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ସାମ୍ବିଧାନିକ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବା ସହିତ ସେଗୁଡିକର କାର୍ଯ୍ୟକାରୀ। କରିବା କ୍ଷେତ୍ରରେ ସୃଷ୍ଟି ହେଉଥିବା ବିଭିନ୍ନ ପ୍ରତିବନ୍ଧକ ଏବଂ ତାର ସମାଧାନ ସଂପର୍କରେ ସବିଶେଷ ଆଲୋଚନା କରିଥିଲେ।ଅଧ୍ୟାପକ ଡକ୍ଟର ହରିନାରାୟନ ସାହୁ ସନ୍ଦର୍ଭ ପାଠ କରିଥିଲେ। ଏହି ଅବସରରେ+୩ ପ୍ରଥମ ବର୍ଷ ଛାତ୍ରୀ ମାମା ସିଂ, ଛାତ୍ରୀ ରାଜଲକ୍ଷ୍ମୀ ସାମଲ, ଦ୍ଵିତୀୟ ବର୍ଷ ଛାତ୍ରୀ ପ୍ରିୟ ଦର୍ଶିନୀ ସାହୁ, ଓ ତୃତୀୟ ବର୍ଷ ଛାତ୍ରୀ ଉଷାରାଣୀ ସାହୁ ସ୍ୱ ଲିଖିତ ସନ୍ଦର୍ଭ ପାଠ କରିଥିଲେ।ଅଧ୍ୟାପିକା ମଞ୍ଜୁଶ୍ରୀ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଲୋଚନା ଚକ୍ର ରେ ମହାବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।