“ଉଦଳା ବ୍ଲକ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ”

ବାରିପଦା/ଉଦଳା(କ:ବ୍ଯୁ) ତା. ୧୧/୧୧/୨୫ : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ଆନୁକୁଲ୍ୟରେ ଏବଂ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀଙ୍କ ପୃଷ୍ଠପୋଷକତାରେ ଉଦଳା ବ୍ଲକ ପରିସରରେ ଆୟୋଜିତ ଏହି ମେଳାକୁ ଉଦଳାର ମାନ୍ୟବର ବିଧାୟକ ଭାସ୍କର ମଢେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଫିତାକାଟି ଉଦଘାଟନ କରିଥିଲେ । ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥ ଭାବେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଡିଓ ଉଦଳା ସମରଜିତ୍ କର, ସହକାରୀ ନିର୍ଦ୍ଦେଶକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଡା. ଗୀତାଞ୍ଜଳି ଦାସ, ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. କୁନ୍ଦନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଭା କାର୍ଯ୍ୟ ପ୍ରାରମ୍ଭରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ବ୍ୟାଚ୍ ପ୍ରଦାନ କରାଯାଇଥିଲା, ତତପରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୂପ ଓ ପୁଷ୍ପ ଅର୍ପଣ କରିବା ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏବଂ ତତପରେ ମାନ୍ୟବର ମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମରଜିତ୍ କରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥି ଗଣ ତାଙ୍କର ବକ୍ତବ୍ୟ ରଖିବା ପରିପ୍ରେକ୍ଷୀରେ ବ୍ଲକର ଉପାନ୍ତ ଅଞ୍ଚଳକୁ ଯାଇ ଜନସଚେତନତା ମାଧ୍ୟମରେ ନୂତନ ଚାଷୀ ସୃଷ୍ଟି କରିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସାରା ରାଜ୍ୟରେ ଅକ୍ଟୋବର ୨୪ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନୂତନ ଜ୍ଞାନ କୌଶଳରେ ଚାଷ କରି ଚାଷିମାନେ ଲାଭବାନ ହେବା ଏବଂ ସରକାରୀ ଯୋଜନା ବାବଦରେ ଅବଗତ ହୋଇ ଏହାର ଲାଭ ଉଠାଇବା । ପୂର୍ବରୁ ଏହା ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଆୟୋଜିତ ହେଉଥିବା ସ୍ଥଳେ ବର୍ତ୍ତମାନର ସରକାରଙ୍କ ତରଫରୁ ଏହା ସମସ୍ତ ବ୍ଲକ ସ୍ତରରେ ଆୟୋଜନ କରାଯାଉଛି । ସର୍ବଶେଷରେ ଶ୍ରେଷ୍ଠ ପ୍ରାଣୀପାଳକ ଭାବେ ପ୍ରକାଶ ନାୟକ(ଭୀମତାଳି), ଜୟରାମ ହାଁସଦା(କୋଚିଳାଡିହା) ମଞ୍ଜୁଲତା ସାହୁ(ଛୋଟରାୟପୁର), ସିନ୍ଦୂର ଗୌରା ସ୍ୱୟଂ ସହାୟକ ଗୋଷ୍ଠୀ ଦୁଗୁଧା, ମତ୍ସ୍ୟ ଚାଷ ପାଇଁ ମନୋରଞ୍ଜନ ଦାସ, ରାଢୋ, କସ୍ତୁରୀ ପୋଥାଳ ଚୁଳିଆପୋଷି, ସକୁନ୍ତଳା ସେଠୀ ଖୁଣ୍ଟାପାଳ ଏବଂ ଜୀବନଦୀପ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଉଦାଙ୍କୁ ପୁରସ୍କୃତ କରାଯିବା ପରେ ମଇଁଷି ପାଳନ ପାଇଁ ସସ୍ମିତା ପ୍ରଧାନ, ଚୁଳିଆପୋଷି, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପାଇଁ ସସ୍ମିତା ମହାକୁଡ, ଅଠଣଗାଁ ସବିତା ପ୍ରଧାନ, ଚୁଳିଆପୋଷିଙ୍କୁ କାର୍ଯ୍ୟାଦେଶ ବଣ୍ଟନ ତଥା କୁକୁଡା ଚାଷ ପାଇଁ ଦିଲ୍ଲୀପ ଦାସ, କୋଚିଳାଡିହା, କାମଧେନୁ ଯୋଜନା ପାଇଁ ଗୀତାଞ୍ଜଳି ମହାନ୍ତ, ଶ୍ରୀଦାମଚନ୍ଦ୍ରପୁରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶରତ କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *