


ରାଜଗାଙ୍ଗପୁର: ୧୨ ନଭେମ୍ବର ୨୦୨୫ ବୁଧବାର ଦିନ ଅପରାହ୍ନ ୨ଘଟିକା ରେ, ରାଜଗାଙ୍ଗପୁର ପୌରପାଳିକା ଅନ୍ତର୍ଗତ ବାନ୍ଥୁପଡ଼ାର ସୁମିତ୍ରା ମ୍ୟାରେଜ ପ୍ୟାଲେସ ନିକଟରେ ନିର୍ମିତ କୃଷ୍ଣ ବିକାଶ ଗାଡୋଡିଆ ଗ୍ଲୋବାଲ ସ୍କୁଲର କାର୍ଯ୍ୟାଳୟ ନ୍ୟୁ କମ୍ପ୍ଲେକ୍ସ ଗିନି ଏନକ୍ଲେଭ ସମ୍ମୁଖରେ ଉଦ୍ଘାଟିତ ହୋଇଯାଇଛି । ନବଦୁର୍ଗା ଗ୍ରୁପ୍ ର ସଭାପତି ବିନୀତା ଗଡ଼ୋଡିଆ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏବଂ ଫିତା କାଟି ଏହି କାର୍ଯ୍ୟାଳୟ ର ଉଦଘାଟନ କରିଥିଲେ ଓ ଏହା ସହ ସୂଚନା ଦେଇଛନ୍ତି ଯେ ନବଦୁର୍ଗା ଗ୍ରୁପ୍ ସବୁବେଳେ ରାଜଗାଙ୍ଗପୁର ସହର ପାଇଁ କିଛି ଭଲ କାମ କରିଆସୁଛି ଏହି କ୍ରମରେ, ଆଜି ଆମର ରାଜଗାଙ୍ଗପୁର ର ପିଲାମାନଙ୍କ ବିକାଶ ପାଇଁ କ୍ରୀଷ୍ଣା ବିକାଶ ଗଡ଼ୋଡିଆ ଗ୍ଲୋବାଲ୍ ସ୍କୁଲ୍ ଖୋଲିବା ପାଇଁ ପଦକ୍ଷେପ ନିଆଯାଉଛି , ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜଗାଙ୍ଗପୁରର ପିଲାମାନଙ୍କୁ ଭିତ୍ତିଭୂମି ଏବଂ ଭଲ ଶିକ୍ଷା ପ୍ରଦାନ କରିବା। ଏହା ସହିତ, ରାଜଗାଙ୍ଗପୁରରେ ଏକ ଆଧୁନିକ ସ୍କୁଲ୍ ଅଭାବ ଅଛି ଓ ଆମର ସଂସ୍କୃତି ଏବଂ ସଭ୍ୟତାକୁ ଚିହ୍ନି, ଆମେ ଏହି ସ୍କୁଲ୍ ଖୋଲିବା ପାଇଁ ପଦକ୍ଷେପ ନେଉଛୁ ଯାହା CBSE ବୋର୍ଡ ଅଧୀନରେ ନର୍ସରୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରବେଶ ଗ୍ରହଣ କରାଯିବ ଓ ଆମ୍ଭର ନୂତନ ଅଧିବେଶନ ଆସନ୍ତା ମାର୍ଚ୍ଚ 2026 ରେ ଆରମ୍ଭ ହେବାକୁ ଲକ୍ଷ୍ୟ ରଖାଯାଇଛି। ବାନ୍ଥୁପଡାର ସୁମିତ୍ରା ମ୍ଯାରେଜ ପ୍ୟାଲେସ ନିକଟରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏଠାରେ ଉଲେଖ୍ୟଯୋଗ୍ୟ ଯେ କ୍ରୀଷ୍ଣା ବିକାଶ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ଏବଂ ଅଗଣିତ ସଫଳତାର କାହାଣୀ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ, ଓଡ଼ିଶା ଏବଂ ଛତିଶଗଡ଼ ବାହାରେ ଆନ୍ଧ୍ରପ୍ରଦେଶକୁ ଶିକ୍ଷା ପ୍ରତି ଆମର ଦୃଷ୍ଟିକୋଣକୁ ବିସ୍ତାର କରି, ଆମେ ଏହି ସତ୍ରରେ ଓଡ଼ିଶା ସୁନ୍ଦରଗଡ଼ର ରାଜଗାଙ୍ଗପୁର ରେ ଏକ ନୂତନ କ୍ୟାମ୍ପସ ଖୋଲିବାକୁ ଗର୍ବିତ। ଆମର ଐତିହ୍ୟ ଭାବରେ ଉତ୍କର୍ଷତା ଏବଂ ଆମର ବିଶ୍ୱାସ ଭାବରେ ନିରନ୍ତର ଅଭିବୃଦ୍ଧି ସହିତ, ଆମେ ଆଗାମୀ ଦିନରେ ଆହୁରି ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବାକୁ ଆଶା କରୁଛୁ। ରାଜଗାଙ୍ଗପୁରରେ ଏପରି ଏକ ଆଧୁନିକ ବିଦ୍ୟାଳୟ ଖୋଲିଲେ ପିଲାମାନେ ବହୁତ ଉପକୃତ ହେବେ। ଏହି ଅବସର ରେ ପବନ ଗଡ଼ୋଡ଼ିଆ, ଅବଦୁଲ ଏବଂ ସହରର ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ରାଜଗାଙ୍ଗପୁରରୁ , ଅବଦୁଲ ରଜାକ ଖାନ