


ରାୟଗଡ଼ା (ତପନ କାଡ୍ରାକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ସେରିଗୁମା ଗ୍ରାମ ପଞ୍ଚାୟତର କୁରୁକୁଟି ଗ୍ରାମ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି ଦୀର୍ଘ ଦିନ ଧରି ଅଞ୍ଚଳ ବାସୀ ଗୁହାରି କରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ କୌଣସି ଭାବେ ଏ ରାସ୍ତା ମରାମତି ନ ହେବାରୁ ଶେଷରେ ଗ୍ରାମ ବାସୀ ଚାନ୍ଦା ଆଦାୟ କରି ଶ୍ରମ ଦାନ କରି ରାସ୍ତା ମରାମତି କାମ କରିଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମର ସରପଞ୍ଚ ଠୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ପର୍ଯ୍ୟନ୍ତ ଗୁହାରୀ କରିବା ପରେ ବି ଏ ରାସ୍ତା କାମ ନ ହେଉ ଥିବା ଯୋଗୁଁ ଗାଁ କୁ ଆମ୍ବୁଲାନ୍ସ ଟି ଏ ଆସିବା ସମ୍ଭବ ହେଇ ପାରୁ ନାହି ଏମିତି କି ରାସ୍ତା ଖରାପ ଯୋଗୁଁ ଅନେକ ଦୁର୍ଘଟଣା ହୋଇଥିବା ଲୋକ ଜଣେଇ ଛନ୍ତି । ପୂର୍ବରୁ ଗର୍ଭବତୀ ମହିଳା ମାନଙ୍କୁ ଭାରରେ ନିତି ବୁହା ହୋଇଥିବା ନଜର ମଧ୍ଯ ଆସିଛି। ଅନେକ ନେତା ମନ୍ତ୍ରୀ ବିଧାୟକ ସାଂସଦ ଙ୍କୁ କହିବା ପରେ ବି କେହି କର୍ଣ୍ଣପାତ କରି ନାହାଁନ୍ତି। 24 ବର୍ଷ ଗତ ସରକାର ଏବଂ ଚଳିତ 16 ମାସର ସରକାର ରେ ବି ଏହି ଗ୍ରାମ ରାସ୍ତା ହେବା ସ୍ବପ୍ନ ପାଲଟି ଯାଇଛି। ଏହି ସମସ୍ୟା ଭିତରେ ଆଗାମୀ ନିର୍ବାଚନରେ ଗାଁ ଲୋକ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଥିବା ଜଣେଇ ଛନ୍ତି ତେବେ ଦେଖିବାକୁ ବାକି ରହିଲା ଏଇ ସମସ୍ୟାର ସମାଧାନ କେବେ ହେଉଛି।