ଶୀତ ଆସିଗଲା ଥିରି ଥିରି ବାୟୁ
ଦେହକୁ ହିତ କମଳ
ପ୍ରଭାତ ଭ୍ରମଣ ସ୍ବାସ୍ଥ୍ୟ କର ସବୁ
ମନ ପ୍ରଫୁଲ୍ଲ ନିର୍ମଳ।
ପେଡିରୁ ବାହାର ଶୀତ ବସ୍ତ୍ର ଅସ୍ତ୍ର
ହେଲାଣି ସଫା ସଜାଡି
ବୁଢ଼ା ବୁଡି ପିଲା ଶୀତରେ ଧରିବେ
ଶରୀର ଯିବ ବିଗିଡି।
ଶୀତର ପ୍ରକୋପ ଅଧିକ ରହିଲେ
ହବ ରୋଗ ସବୁ ଦୂର
ଏଇ କଥା ବିଜ୍ଞ କହନ୍ତି ଉତ୍ତର
ବିଜ୍ଞାନ ଆଜି ଖବର।
ଶୀତର ପରିବା ନାନା ଜାତି ଚାଷ
ଫୁଲକୋବି ବନ୍ଧାକୋବି
ମୂଳା ବିଟ୍ ଆଦି ଶୀତର ପରିବା
କ୍ଷେତ ଶୋଭା ରୂପ ଛବି।
ଏ ମାନଗୋବିନ୍ଦ ଶୀତୁଆ ଆନନ୍ଦ
ଅନୁଭବି ସିନା ଜାଣେ
ଶୀତ କୁ ଆହ୍ବାନ କରୁଛି ପ୍ରଣାମ
ଛଅ ଋତୁ ଜନ ଗଣେ।
(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା