ଉପାନ୍ତ ଅଂଚଳ ରେ ଜ଼ିଲ୍ଲାପାଳ। ଗାଁରେ ପଂହଁଚି କଲେ ଗ୍ରାମସଭା

ନୟାଗଡ : ମୈାଳିକ ସୁବିଧାରୁ ବଞ୍ଚିତ ନୟାଗଡ ଜିଲ୍ଲାର ଜଙ୍ଗଲ ଘେରା ନେପାଳ ଗାଁରେ ପହଞ୍ଚି ସମସ୍ତ ସୁବିଧା ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ । ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଏବଂ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଜିଲ୍ଲାପାଳ ଅନ୍ୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧୀଙ୍କୁ ନେଇ ଗାଁରେ ପହଞ୍ଚିବା ପରେ ଲୋକଙ୍କ ମନରେ ଆଶା ସଂଚାର ହୋଇଛି । ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ୍ର ଜଙ୍ଗଲ ଘେରା ଗାଁ ନେପାଳ । ବ୍ଲକ୍ ହେଡକ୍ୱାର୍ଟର ଠାରୁ ଗାଁର ଦୁରତା ପାଖାପାଖି ୧୫କିମି । ଜଙ୍ଗଲ ଘେରା ଏହି ଗାଁରେ ୫୦ରୁ ଅଧିକ ପରିବାର ବସବାସ କରନ୍ତି । ଆମେ ଡିଜିଟାଲ୍ ଇଣ୍ଡିଆ କଥା କହୁଥିବାବେଳେ ଏହି ଗାଁର ଲୋକମାନେ ଏବେବି ସର୍ବନିମ୍ନ ମୈାଳିକ ସୁବିଧାରୁ ବଞ୍ଚିତ । ଏହି ଗାଁକୁ ନା ଅଛି ରାସ୍ତା , ନା ଅଛି ଇଲେକ୍ଟ୍ରି ନା ପିଇବା ପାଣି । ପିଲାମାନଙ୍କ ପାଇଁ ସ୍କୁଲ୍ ନଥିବାରୁ ଗାଁର ଅଧିକାଂଶ ପିଲା ନିରକ୍ଷର । ଗାଁର ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ କରି ନେତାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଗୁହାରି କରିôଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ୍ ଅଗ୍ରୱାଲ୍ ଅଚାନକ ସେହି ଗାଁରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କୁ ମଧ୍ୟ ଗାଁର ମହିଳାମାନେ ଫୁଲ ଓ ହୁଳହୁଳି ପକାଇ ସ୍ୱାଗତ କରିଥିଲେ । ଖବର ପାଇ ଅନ୍ୟ ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧୀ ମଧ୍ୟ ଗାଁରେ ପହଞ୍ଚିଥିଲେ । ଜିଲ୍ଲାପାଳ ଦୀର୍ଘ ସମୟ ଧରି ଲୋକଙ୍କ ସହ ପଟିରେ ବସି ସମସ୍ୟା ଶୁଣିବା ସହ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ଗାଁରେ ଅତିଶିଘ୍ର ବିଦ୍ୟାଳୟ ଖୋଲିବାକୁ ପ୍ରତିଶୃତି ଦେବା ସହ ବର୍ତ୍ତମାନ ପାଇଁ ପିଲାମାନଙ୍କୁ ଆଶ୍ରମ ବିଦ୍ୟାଳୟକୁ ପଠାଇବା ପାଇଁ ଲୋକଙ୍କୁ ବୁଝାଇଥିଲେ । ଗାଁରେ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଦେବା ପାଇଁ ୩ଜଣ ଶିକ୍ଷକଙ୍କୁ ପଠାଇବାକୁ ଶିକ୍ଷା ବିଭାଗକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଗାଁରେ ବିଦୁ୍ୟତ ସମସ୍ୟା ସୁଧାରିବା ପାଇଁ ପ୍ରତ୍ୟେକ ଘରକୁ ସୋଲାର୍ ଲାଇଟ୍ ଯୋଗାଇଦେବାପାଇଁ ବ୍ୟବସା୍ଥ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ । ଏହାସହିତ ଗାଁକୁ ରାସ୍ତା ନିର୍ମାଣ ପାଇଁ ବିଭାଗ ସହ ଆଲୋଚନା କରି ସମାଧାନର ବାଟ ଫିଟାଯିବ ବୋଲି ସେ କହିଛନ୍ତି । ଜିଲ୍ଲାପାଳଙ୍କ ଏଭଳି ଅଚାନକ ଗସ୍ତକୁ ସ୍ଥାନୀୟ ବ୍ଲକ୍ ଚେୟାରମ୍ୟାନ ସ୍ୱାଗତ କରିବା ସହ ଏହା ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହାୟକ ହେବ ବୋଲି କହିଛନ୍ତି ।
ସମସ୍ୟାଘେରରେ ଥିବା ଏହି ଲୋକମାନଙ୍କୁ ବିଭିନ୍ନ ସମୟରେ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ମିଳିଥିବା ପ୍ରତିଶୃତିି କେବଳ ପ୍ରତିଶୃତିରେ ରହିଯାଇଛି । ଗାଁକୁ ରାସ୍ତା ନଥିବାରୁ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସିପାରେ ନାହିଁ ଫଳରେ ଅଧିକାଂଶ ସମୟରେ ରୋଗିର ବାଟରେ ହିଁ ମୃତୁ୍ୟ ହୋଇଥାଏ । ଲାଇଟ୍ ନଥିବାରୁ ସବୁ ସମୟରେ ଜଙ୍ଗଲ ଜନ୍ତୁର ଭୟ ରହିଛି । ଏପରିକି ଯାହାବି ଫସଲ କରନ୍ତି ତାହା ଜଙ୍ଗଲ ଜନ୍ତୁଙ୍କ ପାଇଁ ଉଜୁଡି ଯାଉଛି । ଶିକ୍ଷା ପାଇଁ ଗାଁରେ ଅଙ୍ଗନୱାଡି ସେଣ୍ଟର୍ ଅଛି ହେଲେ ଘରଟି ଦୀର୍ଘଦିନ ହେଲା ଅଧାଗଢା ହୋଇ ପଡିଛି ଆଉ ଦିଦି ଅଧାଦିନ ଆସନ୍ତି । ଗାଁକୁ ଆବାସ ଯୋଜନାରେ ଘର ଆସୁଛି କିନ୍ତୁ ଘର ତିଆରି କରିବାକୁ ସମର୍ଥ ନଥିବା ଲୋକମାନେ ଠିକାଦାର ଉପରେ ନିର୍ଭର କରନ୍ତି । ଠିକାଦାର କେବଳ ଘର ଛାତ ପକାଇଦେଇ ଅନ୍ୟ କାମ ନକରି ବିଲ୍ ଉଠାଇନେଯାଉଥିବା ଲୋକ ଅଭିଯୋଗ ଗାଁରେ ଜିଲ୍ଲାପାଳ ପହଞ୍ଚି ରାସ୍ତା , ବିଜୁଳି , ବିଦ୍ୟାଳୟ ସମସ୍ୟା ଦୁର କରିବା ସହ ଲୋକଙ୍କୁ ସ୍ୱାବଲମ୍ବି କରିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଛନ୍ତି । ଜିଲ୍ଲାପାଳଙ୍କ ଗସ୍ତ ପରେ ସମସ୍ୟାର ସମାଧାନ ହେବ ବୋଲି କିିଛିଟା ଆଶାବାଦୀ ହୋଇଛନ୍ତି ଗ୍ରାମବାସୀ ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *