National Cancer Awareness Day କର୍କଟ ନିରାକରଣ ଜାତୀୟ ସଚେତନତା ଦିବସ ନଭେମ୍ବର ୭ ତାରିଖ

ଆଜିକାଲି ବେଶି ରୋଗ-ବ୍ଯାଧି ଗ୍ରାସି
ନେଉଛି ଜନ ଜୀବନ,
ପରିବେଶ ସାଥେ ଖାଦ୍ୟ ଓ ମାଦକ
ଏହାର ବଡ଼ କାରଣ ।

କଳା ଧୂସରିତ ଧୂଆଁରେ ବିଷାକ୍ତ
ହୁଅଇ ବାୟୁମଣ୍ଡଳ,
ଅପମିଶ୍ରିତର ଖାଦ୍ୟରେ ମାନବ
ଜୀବନ ହୁଏ ବିକଳ ।

ସବୁଠାରୁ ବଡ଼ ବିପଦ ଅଟଇ
ମାଦକ ଦ୍ରବ୍ଯ ସେବନ,
ବିଡ଼ି ସିଗାରେଟ ପାନ କି ଖଇନି
ମଦ୍ୟପାନ ନିଶ୍ଚେ ଜାଣ ।

ସର୍ବ ରୋଗ-ବ୍ଯାଧି ମଧ୍ଯରେ କର୍କଟ
ଅଟଇ ଯେ’ ମାରାତ୍ମକ,
ପ୍ରତିକାର ଠାରୁ ପ୍ରତିଷେଧ ଭଲ
ଚିକିତ୍ସା ଜ୍ଞାନ-ଭିତ୍ତିକ ।

ଶାକାହାର ସାଥେ ନିଶା ନିବାରଣ
କର୍କଟ ନିରାକରଣ,
ଯୋଗ-ବ୍ଯାୟାମରେ ସୁସ୍ଥ ଜୀବନରେ
ସର୍ବେ ଭବନ୍ତୁ ସୁଖିନଃ ।

ବିଭିନ୍ନ ସର୍କାରୀ ଚିକିତ୍ସା ଯୋଜନା
ସୁରକ୍ଷା ଲଭେ ମଣିଷ,
ସରକାରଙ୍କୁ ମୋ’ ଶୁଭେଚ୍ଛା ଜ୍ଞାପନ
ବୋଲେ ଶମ୍ଭୁନାଥ ଦାସ ।

କୋଲକାତା

Leave a Reply

Your email address will not be published. Required fields are marked *