“ରାଷ୍ଟ୍ରୀୟ ସଂଗୀତ “ବନ୍ଦେ ମାତରମ”ର ୧୫୦ତମ ବାର୍ଷିକୀ ଦିବସ ପାଳିତ”

ବାରିପଦା(କ:ବ୍ଯୁ)ତା୦୭\୧୧\୨୫
ଆଜି ୨୦୨୫ ନଭେମ୍ବର ୭ ତାରିଖ ଭାରତର ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ର ୧୫୦ତମ ବାର୍ଷିକୀ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ମଲ୍ଲିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ଭାବପୂର୍ଣ୍ଣ ରାଷ୍ଟ୍ରୀୟ ବନ୍ଦନାକୁ ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରି ଶ୍ରଦ୍ଧାର ସହିତ ସମୂହ ଭାବେ ଗାନ କରିଥିଲେ।

ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଏହି ଅମର କୃତୀ ୧୮୭୫ ମସିହା ନଭେମ୍ବର ୭ ତାରିଖରେ ‘ବଙ୍ଗଦର୍ଶନ’ ନାମକ ସାହିତ୍ୟିକ ପତ୍ରିକାରେ ପ୍ରଥମେ ପ୍ରକାଶିତ ହୋଇଥିଲା। ପରେ ସେ ଏହାକୁ ତା’ଙ୍କ ଅମର ଉପନ୍ୟାସ ‘ଆନନ୍ଦମଠ’ ରେ ସମ୍ମିଳିତ କରିଥିଲେ। ପରବର୍ତ୍ତୀ ସମୟରେ ବଙ୍କିମ ଚନ୍ଦ୍ରଙ୍କ ଏହି ଅମର କୃତୀକୁ ଆମ ଦେଶର ରାଷ୍ଟ୍ରୀୟ ସଂଗୀତ ଭାବେ ଅଙ୍ଗିକାର କରାଯାଇଥିଲା।

‘ବନ୍ଦେ ମାତରମ୍’ ସଂଗୀତ ଭାରତର ଭୌଗଳିକ ସୌନ୍ଦର୍ଯ୍ୟ, ସଭ୍ୟତା, ରାଜନୈତିକ ଓ ସାଂସ୍କୃତିକ ଚେତନାର ଏକ ଅଭିନ୍ନ ଅଂଶ ।
ଆଜିର ଏହି ସମୂହ ରାଷ୍ଟ୍ରୀୟ ସଂଗୀତ ଗାନ ଅବସର ଆମ ସମସ୍ତଙ୍କୁ ଏହି ଅମର ସଙ୍ଗୀତର ନିରନ୍ତର ବାର୍ତ୍ତା — ଏକତା, ତ୍ୟାଗ ଓ ଦେଶ ଭକ୍ତିର ଆଦର୍ଶ ପ୍ରତି ପୁନର୍ବାର ସମର୍ପିତ ହେବା ପାଇଁ ଜାଗ୍ରତ କରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *