
କେସିଙ୍ଗା , ତା 03.11.25
ସାରା ଭାରତ ବର୍ଷ ରେ ଦିନ କୁ ଦିନ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି , ଯେମିତି ଯେମିତି ୨ଜି ରୁ ୫ଜି କୁ ଉନ୍ନତି ହେଇଚି ସେହି ପରି ସାଇବର ଠକେଇ ରେ ମଧ୍ୟ ବିଭିନ୍ନ ପ୍ରକାର ମାମଲା ରେ ମଧ୍ୟ ଉନ୍ନତି ହେଇଛି , ଯେମିତି ମୋବିଲେ ଓ ଟି ପି , ବ୍ୟାଙ୍କ ଖାତା ରୁ ପଇସା ଉଠାଇବା ,ଆପ୍ପ ଷ୍ଟୋର ରେ ବେନ ଆପ ଡାଉନଲୋଡ୍ କରିବା , ଅନଲାଇନ ରେ ଗେମ ଖେଳିବା , ଲଟେରୀ ପାଇବେ ବୋଲି ଫୋନେ ଆସିବା ଓ ସୋସିଆଲ ମିଡ଼ିଆ ରେ ସୁନ୍ଦର ଝିଅ ସହିତ ଫ୍ରେଣ୍ଡସିପ ହୋଇ କଥା ହେବ ଏ ପରି ବିଭିନ୍ନ ପ୍ରକାର ଠକାଇ ମାମଲା ଆଜି କାଲି ସମାନ କୁ ଆଁଶୁଛି | ଭାରତ ସରକାର ମଧ୍ୟ କେମିତି ଏହି ପ୍ରକାର ଠକ ରୁ ବଂଚିବେ ବୋଲି ଲୋକଙ୍କ ପାଇଁ ସଚେତନ କାର୍ଯ୍ୟକ୍ରମ କରୁଛି | ସେହି ପରିପେକ୍ଷି ରେ ଆଜି କେସିଙ୍ଗା ହାଇସ୍କୁଲ ପଡିଆ ରେ କେସିଙ୍ଗା ଥାନା ଆଇ ଆଇ ସି ଜିତେନ୍ ବିଶ୍ୱାଳ ଙ୍କ ନେତୃତ୍ୱ ରେ ସାଇବର ସେଫଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକର୍ମ ରେ ଅତିଥି ଭାବରେ ଉପସ୍ଥିତ ଥିଲେ କେସିଙ୍ଗା ଥାନା ଏସ ଦି ପି ଓ ଶ୍ରୀ ସନ୍ଦୀପ କୁମାର ମାଝୀ,କଳାହାଣ୍ଡି ଜିଲ୍ଲା ସାଇବର ଇନ୍ସପେକ୍ଟର ଶ୍ରୀ ଚନ୍ଦନ କୁମାର ସାହୁ ,କେସିଙ୍ଗା ବି ଡି ଓ ଶ୍ରୀ ଜନ୍ମେଞ୍ଜୟ ସ୍ୱାଇଁ ,କେସିଙ୍ଗା ତହସିଲଦାର ଶ୍ରୀମତୀ ପ୍ରଶାନ୍ତି ପ୍ରଧାନ, କେସିଙ୍ଗା ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀ ଲିଙ୍ଗରାଜ ମହାନନ୍ଦ , ଏହି ସଚେତନ କାର୍ଯ୍ୟକର୍ମ ରେ କଳାହାଣ୍ଡି ଜିଲ୍ଲା ସାଇବର ଇନ୍ସ୍ପେକଟର ଶ୍ରୀ ଚନ୍ଦନ କୁମାର ସାହୁ କେମିତି ସାଇବର ଅପରାଧ ରୁ ଲୋକେ ବଞ୍ଚିବେ ଓ ଜାଗୃତ ହେବେ ବୋଲି କହିଥିଲେ ଓ ବିସ୍ତ୍ରୁତ ଆଲୋଚନା କରିଥିଲେ | କେସିଙ୍ଗା ପୁଲିସ ତରଫରୁ ଶ୍ରୀ ଶତପଥୀ ସାର ନାଟକ ଓ ଯାଦୁକାରୀ କରି ସାଇବର ଅପରାଧ ପାଇଁ ସଚେତନତ କରାଇ ଥିଲେ | କିଛି ଦିନ ତଳେ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ସେହି ପ୍ରତିଯୋଗିତାର ବିଜେତା ମାନ ଙ୍କୁ ପୁରସ୍କୃତ କରାଯାଇଥିଲା | ତାପରେ ସ୍ଟେଜ୍ ରେ ସଂକୃତିକ କାର୍ଯ୍ୟକମ ମଧ୍ଯ କରାଯାଇଥିଲା |
କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ