କାର୍ତ୍ତିକ ବ୍ରତ

ସକାଳରୁ ସ୍ନାନ ପବିତ୍ର ପଞ୍ଚକ
ମନ୍ଦିର ଦର୍ଶନ ଶୁଭ
ପାପ ତାପ ନାସ ଭକ୍ତିର ଦିନଟି
ହୁଏ ଏ ଦିଗ ଆରମ୍ଭ।
ନାମ ଜପ କରି ଦିନ ବିତି ଯାଏ
ଏହା ପ୍ରଭୁଙ୍କ ର ଲୀଳା
ଜନମ ମୃତ୍ୟୁ ର ଜୀବନ ନାଟକ
ମଞ୍ଚସ୍ଥ ପ୍ରଭୁଙ୍କ କଳା।
ଜୀବନ ପୁରାଣ ଭାଗବତ ବାଣୀ
ଗୀତା ସଂହିତା ବଚନ
ପାଠ କଲେ ସବୁ ଜାଣିବା ସମସ୍ତ
ସତ ମିଛ ଭଗବାନ।
ତୂଳସୀ ଜଳକୁ ତୁଣ୍ଡରେ ପାଇଲେ
ଶରୀର ମଙ୍ଗଳ ଶୁଦ୍ଧ
ଭଗବାନ ନାମ ଗାଇ ଦେଲେ ଥରେ
କାର୍ତ୍ତିକରେ ମନବୋଧ।
ହରି ନାମ ଜପ ତୁଣ୍ଡେ ଗାଉଥିବା
ସଂସାର ଦୁଃଖ ଯା ଦୂର
ଦେ ଶାନ୍ତି ପ୍ରଭୁମୋ ଭକ୍ତି ମାଗେ ପ୍ରଭୁ
ଧରା ବଂଶ କୁ ଉଦ୍ଧାର।
ଏ ମାନଗୋବିନ୍ଦ କାର୍ତ୍ତିକ ଆନନ୍ଦ
ତୀର୍ଥ ବ୍ରତ ଏ ଦର୍ଶନ
ସରବେ ମଙ୍ଗଳ ସରବେ କୁଶଳ
ଧରଣୀ ସୁନ୍ଦର ସ୍ଥାନ।

(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Leave a Reply

Your email address will not be published. Required fields are marked *