ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଏକତା ଦିବସ’ ପାଳିତ

ବାରିପଦା(କ:ବ୍ଯୁ) ତା୩୧/୧୦/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଜାତୀୟ ଏକତା ଦିବସ’ ପାଳିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଦିବସ ଉପଲକ୍ଷେ ଏକ ଶପଥ ପାଠ କରାଇଥିଲେ। ପ୍ରଫେସର ଶତପଥୀ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜନ୍ମତିଥି ଅବସରରେ ପାଳିତ ହୋଇଆସୁଥିବା ଏହି ଦିବସର ମହତ୍ତ୍ବ ସଂପର୍କରେ ସୂଚନା ପ୍ରଦାନ କରିବାସହ ଆମ ଦେଶର ଅଖଣ୍ଡତା ଓ ଅନ୍ତର୍ନିହିତ ଶକ୍ତିକୁ ବଜାୟ ରଖିବାପାଇଁ ପ୍ରତି ଭାରତୀୟ ଏହି ଏକତାର ମନ୍ତ୍ରକୁ ଧାରଣକଲେ ଆମ ଜାତୀୟତା ଓ ମାନବିକତାର ବନ୍ଧନ ସୁଦୃଢ ହୋଇପାରିବ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକଙ୍କ ସମେତ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *