
ବାରିପଦା-ଉଦଳା(କ:ବ୍ଯୁ) ତା. ୩୧/୧୦ – ଓଡିଶା ସରକାର ତଥା ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟ ନିର୍ଦ୍ଦେଶ କ୍ରମେ ରାଷ୍ଟ୍ରୀୟ ଏକତା ଦିବସ – ୨୦୨୫ ପାଳନ ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ କପ୍ତିପଦା ଉଦଳାଙ୍କ କାର୍ଯ୍ୟାଳୟ ପରିସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ଦ୍ଦାର ବଲ୍ଲଭଭାଇ ପଟ୍ଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ଏକ ଭାରତ – ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା, ସୁସ୍ଥ ଏବଂ ନିଶାମୁକ୍ତ ଭାରତ ଗଠନରେ ଅଂଶୀଦାର ହେବା ଓ ସ୍ୱଦେଶୀ ଚିନ୍ତାଧାରାକୁ ଆପଣାଇବା ଉଦ୍ଦେଶ୍ୟରେ ଆୟୋଜିତ ଆଜିର ଶପଥ ପାଠ କାର୍ଯ୍ୟକ୍ରମ ଉପଜିଲ୍ଲାପାଳ କପ୍ତିପଦା ଉଦଳା ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ପ୍ରତୀକ ପଣ୍ଡା, ସହକାରୀ ଜିଲ୍ଲାପାଳ ସୁବ୍ରତ ଘୋଷ, ପ୍ରବୀଣ ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମୁରଲୀଧର ଚାନ୍ଦ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ରାଷ୍ଟ୍ରୀୟ ଏକତାର ଶପଥ ପାଠ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର କର୍ମଚାରୀ ଅଜିତ ମହାପାତ୍ର ଏବଂ କରୁଣାକର ମହାନ୍ତ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)