
ବାଲେଶ୍ୱର
ତା – 30/10/25
ବାଲେଶ୍ୱର ଜିଲ୍ଲାର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ତ ୩୦ ରିଖ ବାଲେଶ୍ୱର ଶାଖା ଦୁର୍ନୀତି ସଂଘର୍ଷ ମଞ୍ଚ ସଭାପତି ଜିତେନ୍ଦ୍ର କୁମାର ଘୋଷାଲ ସଭାପତିତ୍ବରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାଧାରଣ ସଂପାଦକ ମହେଶ୍ୱର ପ୍ରଧାନ, ଉପସଭାପତି ବାସୁଦେବ ରାଉଳ , ଉପଦେଷ୍ଟା ରାଧାକୃଷ୍ଣ ଆଚାର୍ଯ୍ୟ , ଯୁଗ୍ମ ସମ୍ପାଦକ ତପନ କୁମାର ଦାସ, ଯୁଗ୍ମ ସହ ସମ୍ପାଦକ ବିଜୟ କୁମାର ବେହେରା , ସହ ସମ୍ପାଦକ ରବିନାରାୟଣ ବେହେରା , କୋଷାଧ୍ୟକ୍ଷ ସୁରେଶ ରଣା , ଉପଦେଷ୍ଟା ବରିଷ୍ଠ ଓକିଲ ଜ୍ଞାନ ରଞ୍ଜନ ମିଶ୍ର ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବେହେରା, କମଳା ଦାସ , ପ୍ରଭାକର ସାହୁ , ମୃତ୍ୟୁଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ ବାଲେଶ୍ୱର ଜିଲ୍ଲାର ଦୁର୍ନୀତି ପ୍ରଶାସନ ତରଫରୁ ଦିନକୁ ଦିନ ବୃଦ୍ଧି ପାଉଛି ତେଣୁ ତାକୁ କିପରି ରାକ ଲାଗିବ ସେଥିପାଇଁ ଆଲୋଚନା ହୋଇଥିଲା । ଏପରିକି ବାଲେଶ୍ୱର ଜିଲ୍ଲାର ମ୍ୟୁନିସପାଲିଟି ଅଧୀନ ରେ ଥିବା ୨୪ ନମ୍ୱର ୱାର୍ଡ ରେ ବାରବାଟୀ ସରକାରୀ ବାଳିକା ବିଦ୍ୟାଳୟ ଠାରୁ ମାତ୍ର ୨୫ ମିଟର ଦୂରରେ ବାଘାଯତିନ କଲ୍ୟାଣ ମଣ୍ଡପ ରେ ବାହାଘର , ବ୍ରତଘର , ସୁଧଘର , ଅନ୍ନପ୍ରସନ୍ନ ପାଇଁ ଶୁଭ ଦେବ ଏହା ନୀତି ବିରୁଦ୍ଧ କାରଣ ହାଇକୋର୍ଟ , ସୁପ୍ରିମ କୋର୍ଟ ର ନିୟମ ହେଉଛି ୨୦୦ ମିଟର ଦୂରରେ କଲ୍ୟାଣ ମଣ୍ଡପ ହେବ । ତେଣୁ ବାଳିକା ବିଦ୍ୟାଳୟ ନିକଟରେ ହୋଇଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେବା ସଙ୍ଗେ ସଙ୍ଗେ ବାହାଘର , ବ୍ରତଘର ପ୍ରୋସେସନ ସମୟରେ ମଦ ପିଇ ବରଯାତ୍ରୀ କୌଣସି ଅଘଟଣ ଘଟାନ୍ତି ତାହାହେଲେ କିଏ ଦାୟୀ ରହିବେ ବୋଲି ମତ ରଖିଥିଲେ । ତେଣୁ ଦୁର୍ନୀତି ସଂଘର୍ଷ ମଞ୍ଚ ସରକାରଙ୍କୁ କିପରି ସଚେତନ କରିବା ବୈଠକ ରେ ନିଷ୍ପତି ହେବ ସଙ୍ଗେ ସଙ୍ଗେ ଏହାକୁ ଦୃଢ଼ ନିନ୍ଦା କରିଥିଲେ । ବାଲେଶ୍ୱର ଶାଖା ଦୁର୍ନୀତି ସଂଘର୍ଷ ମଞ୍ଚ ବାର୍ଷିକ ଉତ୍ସବ ୨୮/୧୨/୨୦୨୫ ରେ ହେବ ତାହା ପୂର୍ବରୁ ପ୍ରସ୍ତୁତି ବୈଠକ ୮/୧୨/୨୦୨୫ ରେ ହେବ ବୋଲି ସ୍ଥିର ହୋଇଥିଲା । ଏହାକୁ ଦୁର୍ନୀତି ସଂଘର୍ଷ ମଞ୍ଚ ର ସମସ୍ତ ସଭ୍ୟ ସଭ୍ୟା ପରିଚାଳନାରେ ସହଯୋଗ କରିଥିଲେ।