“ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପରିପ୍ରେକ୍ଷୀରେ ସଚେତନତା ଶୋଭାଯାତ୍ରା”

ବାରିପଦା(କ:ବ୍ଯୁ) ତା ୨୮-୧୦-୨୦୨୫ ରିଖ.
ଚଳିତ ଅକ୍ଟୋବର ମାସ ୨୭ ତାରିଖ ରୁ ଆଗାମୀ ନଭେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ପାଳନ ପରିପ୍ରେକ୍ଷୀରେ
ଆଜି ବାରିପଦା ଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ କ୍ରୀଡା ଛାତ୍ରାବାସ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସକାଳ ୮ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା.
ଜିଲ୍ଲା ପ୍ରଶାସନ ଓ ବାରିପଦା ଭିଜିଲାନ୍ସ ୟୁନିଟ ତରଫରୁ ଆୟୋଜିତ ଉକ୍ତ ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ଏହି ରାଲିର ମୁଖ୍ୟ ଉଦେଶ୍ୟ ହେଉଛି ସମାଜରୁ ଦୁର୍ନୀତିକୁ ମୁଳୋତ୍ପାଟନ ନିମନ୍ତେ ସମାଜର ସବୁ ବର୍ଗର ଲୋକମାନଙ୍କ ମଧ୍ୟରେ ଦୁର୍ନୀତି ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା। କାରଣ ସମସ୍ତଙ୍କ ସହଭାଗୀତାରେ ହିଁ ଦୁର୍ନୀତିର ନିରାକରଣ ହୋଇପାରିବ। ଚଳିତ ବର୍ଷ ଏହି ସଚେତନତା ସପ୍ତାହ ପାଳନର ବିଷୟ ବସ୍ତୁ ରହିଛି ଦୁର୍ନୀତି ନିବାରଣ: ଆମ ସାମୂହିକ ଦାୟିତ୍ୱ।
ସହର ପରିକ୍ରମା ସମୟରେ ରାଲିରେ ଅଂଶଗ୍ରହଣକାରି ଛାତ୍ର ଛାତ୍ରୀ ମାନେ ଦୁର୍ନୀତି ନିବାରଣ ସମ୍ଭନ୍ଧିତ ବିଭିନ୍ନ ପ୍ରକାର ଶିକ୍ଷଣୀୟ ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଏବଂ ସମାଜରୁ ଦୁର୍ନୀତି ମୁଳୋତ୍ପାଟନ ନିମନ୍ତେ ସଚେତନଧର୍ମୀ ସ୍ଲୋଗାନ ମାନ ଦେଇ ଲୋକ ମାନଙ୍କ ପାଖରେ ସଚେତନତା ବାର୍ତ୍ତା ପହଞ୍ଚାଇବା ସହ ସମାଜର ପ୍ରତ୍ୟେକ ବ୍ୟକ୍ତି ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଲୋକଙ୍କୁ ସଚେତନ କରାଇଥିଲେ। ତତ ସହିତ ସେବା ପାଇବା କିମ୍ବା ନିଜର କାମ ହାସଲ ପାଇଁ କାହାକୁ କୌଣସି ପ୍ରକାର ଉତ୍କଚ, ହାତଗୁଞ୍ଜା, ଲାଞ୍ଚ ଦେବା ଏବଂ ସେବା ପ୍ରଦାନ କରି ପ୍ରତିବଦଳରେ କାହାଠାରୁ କୌଣସି ପ୍ରକାର ଲାଞ୍ଚ, ଉତ୍କଚ ନେବା ଉଭୟ କାର୍ଯ୍ୟ ଅପରାଧ ଅଟେ ବୋଲି ଲୋକଙ୍କୁ ସୂଚାଇବା ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ କାର୍ଯ୍ୟରେ ସ୍ୱଛତା ରହିବା ଉଚିତ। ତେଣୁ ସମସ୍ତେ ଦୁର୍ନୀତି ଠାରୁ ଦୂରେଇ ରହିବା ଉଚିତ ବୋଲି ବାର୍ତ୍ତା ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ବାରିପଦା ଭିଜିଲାସନ୍ସ ୟୁନିଟର ବିକାଶ କୁମାର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ, କ୍ରୀଡା ଛାତ୍ରାବାସର ଅଧିକ୍ଷକ ଅବନୀମୋହନ ମହାନ୍ତି, ଶିକ୍ଷକ ଦୀପକ କୁମାର ରାମ ପ୍ରମୁଖଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *