ଖାକି ଡ୍ରେସ୍ ରେ ମଦ୍ୟପାନ କରି ନିଲମ୍ବିତ ହେଲେ 2 ପୋଲିସ କର୍ମଚାରୀ

ନୟାଗଡ : ଖାକି ଡ୍ରେସ୍ ରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳିଗୁଲଜ କରିବା ପଡିଲା ମହଙ୍ଗା । ଦୁଇ ପୋଲିସ କର୍ମଚାରୀଙ୍କୁ ନିଳମ୍ବନ କଲେ ନୟାଗଡ sp ଏସ୍ ସୁଶ୍ରୀ । ନୀଲମ୍ବିତ 2 ପୋଲିସ କର୍ମଚାରୀ ହେଉଛନ୍ତି ନୟାଗଡ଼ ସଦରଥାନାର ASI ପ୍ରବାସ ସବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ । ଖବର ଅନୁଯାଇ 2 ପୋଲିସ କର୍ମଚାରୀ ଗତ ଶନିବାର ଦିନ ମଦ୍ୟପାନ କରି ସଦର ଥାନା ରାସ୍ତାରେ ଲୋକଙ୍କୁ ଗାଳିଗୁଳଜ କରିଥିଲେ । ପରେ ଜଣେ ଦୋକାନରେ ବେହୋସ ହୋଇ ସୋଇ ପଡୁଥିବା ବେଳେ ଅନ୍ୟ ଜଣେ ବାଇକ ଉପରେ ବେହୋସ ହୋଇ ସୋଇପଡିଥିଲେ । ଯାହାର ଫଟୋ ଶୋଷିଆଲ ମିଡ଼ିଆରେ ଭାଇରାଲ ହେବାପରେ ଉଭୟ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ପାଇଁ ଶୋଷିଆଲ ମିଡ଼ିଆ X ମଧ୍ୟମରେ ନିର୍ଦେଶ ଦେଇଥିଲେ ରାଜ୍ୟ ଗୃହ ବିଭାଗ । ନିର୍ଦେଶ ପରେ ଆଜି ନୟାଗଡ଼ sp ଏସ୍ ସୁଶ୍ରୀ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣା ପଡିଛି । ତେବେ ଏହା ପ୍ରଥମ ଘଣ୍ଟଣା ନୁହେଁ, ପୂର୍ବରୁ ଇଟାମାଟି ଥାନା ASI ଦଣ୍ଡପାଣି ଦାସ ଥାନା ପରିସରରେ ମଦପାନ କରିବା ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ 23 ବି ତାଙ୍କୁ ନୟାଗଡ଼ sp ନୀଲମ୍ବିତ କରିଥିଲେ । ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବା ବେଳେ ପୋଲିସ ବିଭାଗର ଉପରିସ୍ତ ଅଧିକାରୀ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *