ରାଜଗାଙ୍ଗପୁର :- ରାଜଗାଙ୍ଗପୁର ଚୁଙ୍ଗୀମାଟି ପଞ୍ଚାୟତ ର ଥିବା ଅଗ୍ରସେନ ସ୍ପଞ୍ଜ ପ୍ରାଇଭେଟ ଲିମିଟେଡ କାରଖାନା ସଂପ୍ରସାରଣ କୁ ନେଇ ଚୁଙ୍ଗୀମାଟି ପଞ୍ଚାୟତରେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଚୁଙ୍ଗୀମାଟି ପଞ୍ଚାୟତ ଓ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ କାଳୁଙ୍ଗା ଲୋକେ ଜନଶୁଣାଣିରେ ଉପସ୍ଥତୟ ହୋଇଥିଲେ। ସମୁଦାଯ 32 ଜନ ମତ ଦେଇଥିବା ବେଳେ ସପକ୍ଷରେ 22ଟା ମତ ଆସିଥିଲେ। ଉକ୍ତ ଜନଶୁଣାଣିରେ ବିଜେଡ଼ିର ଜିତେନ୍ଦ୍ର କୁମାର ଦାସ, ରଶ୍ମୀ ଏକ୍କା, ବିଜେପି ର ନରସିଂହ ମୀନଜ, ପ୍ରଦୀପ କୁମାର ମିଶ୍ରୟା, ଶମ୍ବୁ ସାହୁ ଲାଳମା ଲାକଡା, ଆସିଫ ଇକବାଳ, ବିଶ୍ଵନାଥ କୁଜୁର, ସଂଜୀବ ସାହୁ, ଦୀପ\ଲୀପ ବଡାଇକ ପ୍ରମୁଖ ନିଜର ମତ ରଖିଥିଲେ। ରାଜଗାଙ୍ଗପୁର ତହସିଲ ମାଣ୍ଡିଆକୁଦାର ରେ ଥିବା ଅଗ୍ରସେନ ସ୍ପଞ୍ଜ କାରଖାନା ତା’ର ବାର୍ଷିକ ଉତ୍ପାଦନ କ୍ଷମତା ବଢାଇବା ଏହି କାରଖାନା ସମ୍ପ୍ରସାରଣ ହେଲେ ପ୍ରତ୍ୟକ୍ଷ ଭାବେ 1 ହଜାର ଲୋକ ନିଯୁକ୍ତି ପାଇବେ ବୋଲି କାରଖାନାର ନିର୍ଦେଶକ ମୁରାରିଲାଳ ଶର୍ମା ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ଅତିରିକ୍ତ ଜିଲପାଳ ଅଭିମନ୍ୟୁ ମାଝୀ, ରାଉରକେଲା ପ୍ରଦୂଷବ ବିଭାଗ ଆଞ୍ଚଳିକ ଅଧିକାରୀ ଅନୁପ ମାଲ୍ଲିକ ଜନଶୁଣାଣି ପରିଚାଳନା କରିଥିଲେ। ଅନୁପ ମଲ୍ଲିକ ଜନଶୁଣାଣି ପରିଚାଳନା କରିଥିଲେ। ଅତିରିକ୍ତ ଜିଲାପାଳ ଶ୍ରୀ ମାଝୀ କାରଖାନା ପକ୍ଷ୍ୟରୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ଚୁଙ୍ଗୀମାଟି ସରପଞ୍ଚ ଜଗଦୀଶ କିଣ୍ଡୋ ସପ୍ରସାରଣ ପାଇଁ ସହମତି ପ୍ରଦାନ କରିଥିଲେ। ଆଇନଶୃଙ୍ଖଳା ରକ୍ଷା ପାଇଁ ରାଜଗାଙ୍ଗପୁର ଏସଡ଼ିପିଓ ବିଭୁତି ଭୂଷଣ ଭୋଇ, ଡିଏସପି ମନୋରଂଜନ ପ୍ରଧାନ, ରାଜଗାଙ୍ଗପୁର ଥାନାଧିକାରୀ ବିଜଯ କୁମାର ଦାସ, ଇନ୍ସପେକ୍ଟର ପ୍ରଭା ସିମ୍ରନ ସିଂହ ଓ ଖଗପତି ବିଶ୍ଵାଳ , ଈଶାୟ ଝରଣା ସ୍ବୟଂ ଓ ପ୍ରଜ୍ଞାପରିତମ ଜେନା ଓ ଏଏସଆଇ ପ୍ରଶାନ୍ତ କୁମାର ସେନାପତିଙ୍କ ନେତୃତ୍ବରେ 2 ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର