
ବାରିପଦା/ଉଦଳା(କ:ବ୍ଯୁ) ତା୨୪/୧୦/୨୫ : ବିଜୁ ଜନତା ଦଳର ସଭାପତି ତଥା ବିରୋଧ ଦଳର ନେତା ମାନ୍ୟବର ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଉଦଳା ନିର୍ବାଚନ ମଣ୍ଡଳୀର ଜନ ସଂପର୍କ ପଦଯାତ୍ରା ଉଦଳା ବ୍ଲକ ଏବଂ ଏନ୍.ଏ.ସି. କୁ ନେଇ ଆରମ୍ଭ ହୋଇଯାଇଛି । ଆନୁମାନିକ ଏକ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଉଦଳା ବି.ଜେ.ଡ଼ି. କାର୍ଯ୍ୟାଳୟରେ ଏକତ୍ରିତ ହୋଇ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନଙ୍କ ନେତୃତ୍ୱରେ ଉଦଳା ବଜାରରେ ପରିକ୍ରମା କରି ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ମୟୂରଭଞ୍ଜ ସଂଗଠନ ଜିଲ୍ଳା ର ପୂର୍ବତନ କାର୍ଯ୍ୟକାରୀ ତଥା ସବୁଜ ସୁନ୍ଦର ବାରିପଦାର ଆବାହକ ଜିତେନ୍ଦ୍ର ଯୋଗଦେଇ, ଦେଢ଼ବର୍ଷର ବି.ଜେ.ପି. ସରକାର ଆଜି ସାରା ରାଜ୍ୟରେ ବିକାଶକୁ ଠପ କରି ଦବା ସାଙ୍ଗକୁ ଆଜି ଓଡ଼ିଶାର ମାଆ ଭଉଣୀ ମାନେ ଯେଉଁ ଭଳି ଭାବରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି, ଧର୍ଷଣ, ରାହାଜାନି, ଚୋରି, ଡ଼କାୟତ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ଡ଼ବଲ ଇଞ୍ଜିନ ସରକାର ବିଫଳ ହୋଇଥିବାର ପ୍ରକାଶ କରିଥିଲେ । ମଞ୍ଚାସୀନ ଅତିଥି ପୂର୍ବତନ ନଗରପାଳ ମନୋଜ ମହାନ୍ତି ତାଙ୍କ ବକ୍ତବ୍ୟ ଛଳରେ କହିଥିଲେ କି ଆଜି ବି.ଜେ.ପି. ସରକାର ଜନସାଧାରଣକୁ ଠକେଇଛନ୍ତି ତାହା ନୁହେଁ, ଯୁବକ, ଛାତ୍ର, ମହିଳା, ବୁଢ଼ାବୁଢ଼ୀ, ଅନ୍ଧ, ମୁକ ବଧିର ସମସ୍ତଙ୍କୁ ପ୍ରତାରଣା କରିଥିବାର ପ୍ରକାଶ କରିଥିଲେ । ମଞ୍ଚାସୀନ କପ୍ତିପଦା ବ୍ଲକର ସଭାପତି ପ୍ରଶାନ୍ତ କୁମାର ବେହେରା, ଗୋପବନ୍ଧୁ ନଗର ବ୍ଲକର ସଭାପତି ସତ୍ୟବାନ ଉପାଧ୍ୟାୟ ଉଦଳା ବ୍ଲକର ସଭାପତି ଗୋବିନ୍ଦ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟା ଲଳିତା ବିଶେଇ, ସୁଶାନ୍ତି ସିଂ, ବରିଷ୍ଠ ନେତା ବନମାଳି ବେହେରା, ନରେନ୍ଦ୍ର ରାଉତ, ଅମୀୟ କୁମାର ବଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଛାତ୍ର ସଭାପତି ସୁନୀଲ ନାୟକ, ମହିଳା ନେତ୍ରୀ ବିଜୟା ବାରିକ, ବିଷ୍ଣୁପ୍ରିୟା ପଣ୍ଡା, ଉଦଳା ବ୍ଲକ୍ ଭାଇସ୍ ଚେୟାରମେନ ରଜନୀକାନ୍ତ ଦାସ ପ୍ରମୁଖ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ କି ଉଦଳା ନିର୍ବାଚନ ମଣ୍ଡଳୀରେ ଯେତେ ଅଛି ସରକାରୀ ଚିକିତ୍ସାଳୟ, କୌଣସି ଡ଼ାକ୍ତରଖାନାରେ ଗୋଟିଏ ବି ବିଜ୍ଞ ଡ଼ାକ୍ତର ନଥିବାରୁ ଲୋକମାନେ ଚିକିତ୍ସା କ୍ଷେତ୍ରରେ ବହୁତ ହଇରାଣ ହରକତ ହେଉଛନ୍ତି । ରାସ୍ତା ଘାଟ ମରଣ ଯନ୍ତା ପାଲିଟିଛି । ତିନି ଚାରୋଟି ନଦୀରେ ପୋଲ ଭାଙ୍ଗି ଯାଇଥିବାରୁ ଲୋକମାନେ ଉଦଳା ମୁଖ୍ୟାଳୟକୁ ଆସିବା ପାଇଁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାପାଳ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜନଶୁଣାଣୀରେ ବାରମ୍ବାର ଆପତ୍ତି କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କøଣସି କ୍ଷେତ୍ରରେ ସମାଧାନ ହୋଇପାରିଲା ନାହିଁ । ସମସ୍ତ ବକ୍ତାମାନେ ପ୍ରକାଶ କରିଥିଲେ କି ବିଜୁ ଜନତା ଦଳର ସଂଗଠନକୁ ଆହୁରି ମଜବୁତ୍ କରାଯାଇ ଆଗାମୀ ଗ୍ରାମ ପଞ୍ଚାୟତ ନିର୍ବାଚନ ଏବଂ ଏନ୍.ଏ.ସି. ମ୍ୟୁନ୍ସିପାଲଟି ନିର୍ବାଚନର ଦଳକୁ ସଂପର୍କ କରିବା ହେଉଛି ଆମର ମୂଳ ଲକ୍ଷ୍ୟ । ଆଜିକାର ଜନସଂପର୍କ ପଦଯାତ୍ରାକୁ ସବୁଜ ସୁନ୍ଦର କରିବା ପାଇଁ ସୀମାନ୍ତ ତ୍ରିପାଠୀ, ଶଶଧର ସ୍ୱାଇଁ, ସୁଜିତ୍ ପୁଥାଳ, ପ୍ରଦୀପ ପରିଡ଼ା, ନିଳାଦ୍ରୀ ବିହାରୀ ମହାନ୍ତି, ଡ଼ିକେନସ୍ ବେହେରା, ଗଣେଶ ହେମ୍ବ୍ରମ,ଶୈଳେସ ବିଶ୍ୱାଳ, ମମତା ଟୁଡୁ, ପଦ୍ମାବତୀ ଦେହୁରୀ, ଯମୁନା ହେମ୍ବ୍ରମ, ପ୍ରତାପ ବେହେରା, ଆଶିଷ କୁମାର ଦାସ, ସୁଶାନ୍ତ ବେହେରା, ପାଗାନ ମୁର୍ମୁ, ବିଣାକାର ମହାପାତ୍ର ଏବଂ ବହୁ ଯୁବକ ଛାତ୍ର ମାନେ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)