

ରାୟଗଡ : (ତପନ କାଡ୍ରାକା )ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ୍ ଅଧିନସ୍ଥ ଗାଡ଼ି ଶେଷ ଖାଲ ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳ ପିତେଶୁ ଗ୍ରାମରେ ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠଙ୍କ ସାଧୁ ଉଦ୍ୟମ ଓ ପ୍ରଚେଷ୍ଟାରେ ଅଣ ଆନୁଷ୍ଠାନିକ ଭାବେ ଗ୍ରାମର ବରିଷ୍ଠ ବୃଦ୍ଧ ପିତାମାତାଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।ତତ୍ ସଙ୍ଗେ ସଙ୍ଗେ ଗ୍ରାମରେ ଉପସ୍ଥିତ ଯୁବକ ଯୁବତୀ ଭାଇ ଭଉଣୀ ମାନଙ୍କ ମଧ୍ୟରେ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା ଓ ପଠନର ଉପାଦେୟତା ଦର୍ଶାଯାଇଥିଲା।ମନରୁ ଅନ୍ଧ ବିଶ୍ବାସ ଦୂର କରିବା, ବର୍ଜ୍ୟ ପାନୀୟ ତ୍ୟାଗ କରିବା,ଗୋ ମାତାଙ୍କ ସୁରକ୍ଷା ଦେବା, ବାଡ଼ି ବଗିଚାରେ ବେଲ, ତୁଳସୀ, ଅଁଳା ଗଛ ଲଗାଇବା ସହ ବିଭିନ୍ନ ଔଷଧୀୟ ଗଛ ଲଗାଇବା, ଗାଁ ପରିବେଶ ସଫା ରଖିବା, ଗ୍ରାମ ଦେବା ଦେବୀଙ୍କୁ ପୂଜା କରିବା ସହ ନିଜ ଧର୍ମ ପରମ୍ପରା ସଂସ୍କୃତି ମାନି ଚଳିବା ଓ ସର୍ବୋପରି ରାଷ୍ଟ୍ରୀୟ କାର୍ଯ୍ୟରେ ନିୟୋଜିତ ହୋଇ ସମାଜ ସେବାରେ ବ୍ରତୀ ରହିବାକୁ ଆଲୋକ ପାତ କରାଯାଇଥିଲା। ଗାଁର ବୋହୂ ସରିତା କାଲାକା କାର୍ଯ୍ୟକ୍ରମ ରେ ସଂପୂର୍ଣ୍ଣ ସହାୟତା ପ୍ରଦାନ କରିବା ସହ ସଭିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ ହୋଇଥିଲା।