ମଦ ଚାଲାଣ ବେଳେ ଧରିଲା ପୁଲିସ

ପୁରୀ ,(ବଳରାମ ତ୍ରିପାଠି ରିପୋର୍ଟ) : ପୁରୀ ଗାଡ଼ିରେ ଦେଶୀ ମଦ ଚାଲାଣ ବେଳେ ବାଟରେ ଧରିଲା ପୁଲିସ ୧୧ ମଙ୍ଗଳବାର ପେଣ୍ଠକଟାରୁ ବଳିଆପଣ୍ଡା ଅଞ୍ଚଳକୁ ଦେଶୀ ମଦ ଚାଲାଣ ମଝିରେ ସମୁଦ୍ରକୂଳ ଥାନା ପୁଲିସ ରାସ୍ତା ମଝି ଖବର ପାଇ ସମୁଦ୍ର କାର୍‌କୁ ଅଟକାଇଥିଲା। ହେଲେ ଡ୍ରାଇଭର ଗାଡ଼ି ନ ଅଟକାଇ ପୁଲିସକୁ ଧକ୍କା ଦେଇ ଅର୍ବାନ ହାଟ ଅଭିମୁଖେ ଗାଡ଼ି ନେଇଯାଇଥିଲା । ପୁଲିସ ଟିମ୍ ପିଚ୍ଛା କରି ଅର୍ବାନ ହାଟରେ ଗାଡ଼ିକୁ ଧରିଥିଲା। ଗାଡ଼ିର ଡ୍ରାଇଭର କଣାସ ଅଞ୍ଚଳର ପ୍ରଦୀପ ବେହରା (୨୭)କୁ ପୁଲିସ ଗିରଫ କରିବା ସହ ତା ନିକଟରୁ ୬୮ ଲିଟର ଦେଶୀ ମଦ ଜବତ କରାଯାଇଛି

Leave a Reply

Your email address will not be published. Required fields are marked *