“ଉଦଳାରେ ଶିଶୂ ମହୋତ୍ସବ ସୁରଭି ପାଳିତ”

ବାରିପଦା-ଉଦଳା(କ:ବ୍ଯୁ)ତା୧୮\୧୦\୨୫
ପ୍ରତିଟି ଶିଶୁ ଭିତରେ ଲୁକ୍କାୟିତ ଅଫୁରନ୍ତ ଆନନ୍ଦ ଓ ସମ୍ଭାବନାକୁ ପାଳନ କରିବାର ଶିଶୁ ମହୋତ୍ସବ – ସୁରଭି ।ସେମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କ ଖୁସିକୁ ବହୁଗୁଣିତ କରିବା ଏବଂ ଦୁନିଆଁକୁ ସେମାନଙ୍କ ପାଇଁ ଏକ ସୁନ୍ଦର ସ୍ଥାନରେ ପରିଣତ କରିବାର ଶ୍ରେଷ୍ଠ କାର୍ଯ୍ୟକ୍ରମ ହେଉଛି ସୁରଭି। ଉଦଳା ଏନ୍ ଏ ସି କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ର ଉଦଯାପନୀ କାର୍ଯ୍ୟକ୍ରମରେ ଉଦଳା ପିଏମଶ୍ରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ଅନୁଜା ମାଧୁରୀ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଶ୍ରୀଯୁକ୍ତ ଭାଷ୍କର ମଢେଇ ମୂଖ୍ୟ ଅତିଥି, ଉଦଳା ଏନ୍ ଏ ସି ର ନଗରପାଳ ପ୍ରମିଳା ପଣ୍ଡା ମୁଖ୍ୟବକ୍ତା, କାଉନସିଲର ଶ୍ରୀ ଯୁକ୍ତ ଶରତ ଚନ୍ଦ୍ର ଦାସ ଓ ବିଶ୍ବରଂଜନ ମୋଦି ସମ୍ମାନୀତ ଅତିଥି ଭାବେ ଏବଂ ଏବିଓ ମିନତିମଂଜରୀ ପଣ୍ଡା ଓ ସଂଧ୍ୟା ରାଣୀ ବାରିକ୍ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରି କୁନି କଳିକାମାନଙ୍କୁ ଉତ୍ସାହିତ କରିବା ରେ ସୁଯୋଗ ପ୍ରାପ୍ତ ହୋଇଛି । ଏହି ସୁନ୍ଦର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଏନ୍ ଏ ସି କ୍ଳଷ୍ଟର ର ସିଆରସିସି ଶ୍ରୀ ଗୌରଚନ୍ଦ୍ର ବିନ୍ଧାଣି ।
ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ପରଖିବା ତଥା ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଏହି ଅଭିନବ ପ୍ରୟାସ ସଫଳ ରୂପେ ସମ୍ପନ୍ନ କରିବାରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ଶିକ୍ଷକ ସତ୍ଯେନ୍ଦୁ କୁମାର ଜେନା, ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ଓ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଶିକ୍ଷୟତ୍ରୀ ମିନାକ୍ଷୀ ମିଶ୍ର ଓ ସଂଯୁକ୍ତା ଶତପଥୀ । ଏହି ଅବସର ରେ ଗୀତାଞ୍ଜଳି ଦାସ, ପଦ୍ମଜା ରାଉତ,ବାବୁରାମ ଜେନା ,ସୁବ୍ରତ ସାର ,ଭାଗ୍ଯରବି ସାର , ମନସ୍ବିନୀ ପାତ୍ର, ସ୍ବର୍ଣ୍ଣ ପ୍ରଭା ବରାଳ,ଭାରତୀ ବେହେରା,ପୁଷ୍ପଲତା ପାତ୍ର,ମୋନରମା ବିନ୍ଧାଣି,କବିତା ଅପା,ଲିଲିମା ସ୍ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *