ବଡ ଲୋକଙ୍କ ବାଲି ଚାଲାଣ ପାଇଁ ବାଟ ଖୋଲା

ପଦ୍ମପୁର : କଥାରେ ଅଛି -ବଡ଼ ଲୋକଙ୍କୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ l ଏହା ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଚୀରୋଲିର (ସାନକୁଞ୍ଜାରି) ବାଲିଘାଟ କୁମୀର ଗ୍ରାମ ପଞ୍ଚାୟତ ରୁ ବେଆଇନ ଭାବେ ବାଲି ଚାଲାଣ ହେଉଅଛି ବୋଲି ଉପକୂଳବାସୀ କହନ୍ତି , ସତ୍ୟତାର କାରଣ ଏ ସମୟରେ ସମ୍ପୁର୍ଣ୍ଣ ବାଲି ଘାଟ୍ ରାସ୍ତା କାଦୁଅ ପଚ୍ ପଚ୍ ହେଉଅଛି ଟ୍ରାକ୍ଟର, ଡମଫର ଜିବା ଆସିବାର ହେତୁ ରାସ୍ତା ଶୋଚନୀୟ ଅବସ୍ତା ହୋଇ ଅଛି l ତଥାପି ସନ୍ଧ୍ୟା ସମୟରେ ଡମଫର ହାଇବା ଘନ ଘନ ବାଲି ବୋହି ଯାଉଛନ୍ତି ଏ ବାଲିଘାଟ ରୁ ବାଲି ବୋହି ହାଇବା ରାସ୍ତା ରେ ଭାସିଯିବାର ଆଶଙ୍କା ଥିଲେ ମଧ୍ୟ ଦିନରେ ବାଲି ନ ନେଇ ରାତିରେ ଚାଲାଣ କରାଯାଉଅଛି l ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରୁଅଛି , ଏ ବିଷୟକୁ ସ୍ଥାନୀୟ ପ୍ରଶାସନ ଝାରବନ୍ଧ ବ୍ଲକ ତହସିlଦାରଙ୍କ ଦୃଷ୍ଟି ଗୋଚର ପାଇଁ ଅଂଚଳବାସୀଙ୍କ ଅନୁରୋଧ l ଏହାର ଅତି ସିଘ୍ର ତଦନ୍ତ ହେବାର ଆବଶ୍ୟକତା ରହିଅଛି ଓ ଯଦି ପଦକ୍ଷେପ ନ ନେଲେ ଅଂଚଳବାସୀ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେବାର ସମ୍ଭାବନା ରହିଛି l କାରଣ ଏହି ଆମ ଅଞ୍ଚଳର ବଳି ଛତିଶଗଡ଼ ଯାଉଥିବାର ଜଣାପଡୁଛି l ଏଥିରୁ ସ୍ଵଷ୍ଟ ଯେ ବଡ଼ଲୋକ ପାଇଁ କହିବାକୁ କାହା ଜିଭରେ ହାଡ଼ ନାହିଁ l ଯଦି ଗରିବ ଲୋକ ହୁଅନ୍ତେ ସରକାରୀ ନିୟମ ଲାଗୁ ହୁଅନ୍ତା l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *