
ରାୟଗଡ଼ା (ତପନ କାଡ୍ରାକା) ରାୟଗଡ଼ା ବ୍ଲକ୍ ର ତାଡମା କ୍ଲଷ୍ଟର ଅନ୍ତର୍ଗତ ସରକାରୀ (SSD) ଉଚ୍ଚ ବିଦ୍ୟାଳୟ, ତାଡମା ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି – 2025 ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ମଣ୍ଡଳ ତଥା ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମ କୁମାର ଭୂୟାଁ ଏବଂ ABEO- CUM- BRCC ଶ୍ରୀ ଛବିଲାଲ୍ ସିଂ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ପାଳ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ତାଡମା ର ଅଧ୍ୟକ୍ଷ ଶ୍ରୀ କ୍ଷୀଚକେଶ୍ବର ପ୍ରଧାନ, ସିଙ୍ଗିପୁଟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତି ସନ୍ତୋଷିନୀ ଦାଶ, କ୍ଲଷ୍ଟରର ଆଞ୍ଚଳିକ ସାଧନ ସଂଯୋଜକ ଶ୍ରୀ M.ଗଣେଶ୍ବର ରାଓ , ଯୁବ ସମାଜସେବୀ ଶ୍ରୀ ଚନ୍ଦ୍ରଶେଖର ଖରସେଲିବଶ ଏବଂ ଅନ୍ୟାନ୍ୟ ଅତିଥି ମଞ୍ଚାସୀନ ଥିଲେ। କୋମଳମତି ଶିଶୁଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶିକ୍ଷକ ଶ୍ରୀ ଶ୍ରୀଧର ପଟ୍ଟନାୟକ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ତପସ୍ଵିନୀ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏଥିରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ ଉତ୍ସାହିତ କରାଯାଇଥିଲା। ଶେଷରେ ଶିକ୍ଷକ ଶ୍ରୀ ଭୋଇ ମହୋଦୟ ସମସ୍ତ ଅତିଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଆଜିର କାର୍ଯ୍ୟକ୍ରମ ଶେଷ କରିଥିଲେ।