ରାତିରେ ଭୁଜାଲି ଓ ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ ସୁନା ଓ ଟଙ୍କା

ଦଶପଲ୍ଲା : ଭୁଜାଲି ଓ ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ ୫ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ନଛିପୁର ଗାଁର ବିଜୟ ଗୋଛାୟତଙ୍କ ଘରୁ ହୋଇଛି ଲୁଟ୍ । ବିଜୟ ଗାଁରେ ନିଜ ଘରେ ଛୋଟ ଦୋକାନ କରିଛନ୍ତି । ଗତକାଲି ରାତି ପ୍ରାୟ ୧ଟା ସମୟରେ ୫ଜଣ ଦୁର୍ବୃତ୍ତ ମୁହଁରେ ମୁଖା ପିନ୍ଧି ହାତରେ ଭୁଜାଲି , ବନ୍ଧୁକ ଏବଂ ଅନ୍ଯ ମାରଣାସ୍ତ୍ର ଧରି ବିଜୟଙ୍କ ଘରେ ପଶି ସମସ୍ତଙ୍କୁ ଭୟଭିତ କରାଇ ଘରେ ଥିବା ୬୦ଗ୍ରାମରୁ ଅଧିକ ସୁନାଅଳଙ୍କାର ସହିତ କିଛି ରୁପା ଅଳଙ୍କାର ଓ ପାଖାପାଖି ୫ହଜାର ଟଙ୍କା ଲୂଟିନେଇଛନ୍ତି । ସକାଳୁ ଖବର ପାଇ ଦଶପଲ୍ଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *