ବାରିପଦା-ଉଦଳା(କ:ବ୍ଯୁ) ୧୨/୧୦/୨୫- ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ନିର୍ଦ୍ଦେଶ କ୍ରମେ ଅଦ୍ୟ ତା ୧୨/୧୦/୨୦୨୫ ରିଖ ରବିବାର ଦିନ ମୟୂରଭଞ୍ଜ (୧) ବିଦୁବାଗାନ ଆଦିବାସୀ ପଡ଼ିଆରେ ଥିବା ସାଂସ୍କୃତିକ ଭବନରେ ଅଖିଳ ଭାରତୀୟ “ହୋ” ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ଶାଖା ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ସିଂ ବଳିଉଲିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୟୂରଭଞ୍ଜ ଜିଲ୍ଲାରେ ସଦର ବାରିପଦା ଓ କପ୍ତିପଦା ଉପଖଣ୍ଡରୁ ‘ହୋ’ ସମାଜର ବିଭିନ୍ନ ସଂଗଠନରୁ ଆସିଥିବା ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲା କମିଟି (୧) ଗଠନ କରାଯାଇଛି । ଉକ୍ତ ବୈଠକରେ ଶ୍ରୀ ସୋମନାଥ ବଦ୍ରା ଜିଲ୍ଲା କମିଟିର ସଭାପତି, ଗୋବିନ୍ଦ ପୂର୍ତି ଓ ଫୁଲସନ୍ ପୂର୍ଭି ଉପସଭାପତି ଏବଂ ବିରେନ୍ଦ୍ର ସିଂ ପୂର୍ତି କାର୍ଯ୍ୟକାରୀ ସଭାପତି ରୂପେ ଚୟନ କରାଯାଇଥିଲା । ଏହି କ୍ରମରେ ତାଙ୍କୁ ସହଯୋଗ କରିବା ପାଇଁ ମାର୍କଣ୍ଡ ହେମ୍ବ୍ରମ ସାଧାରଣ ସମ୍ପାଦକ, ଶ୍ରୀ ବାପି ସିଂ ସୁରିନ୍, ରାଖାଲ ସାଇଁୟା ସହସମ୍ପାଦକ, କଲ୍ଲୋଳ ସିଂ ଗୋଡ଼ସରା ସାଂଗଠନିକ ସମ୍ପାଦକ, ଶାନ୍ତନୁ ତିୟୁ କୋଷାଧକ୍ଷ ଓ ଗୋପାଳ ସମାଡ଼ ସହ କୋଷାଧକ୍ଷ ଭାବେ ଉପସ୍ଥିତ ସଦସ୍ୟଙ୍କ ଦ୍ବାରା ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।
ଏହି ବୈଠକରେ ଅଖିଳ ଭାରତୀୟ ହୋ ଭାଷା କ୍ରିୟାନୁଷ୍ଠାନ କମିଟିର ରାଜ୍ୟ ସାଂଗଠନିକ ସମ୍ପାଦକ ଶ୍ରୀଯୁକ୍ତ ରମେଶ କୁମାର ସିଂ ବିରୁଆଙ୍କ ତତ୍ତ୍ଵାବଧାନରେ ଜିଲ୍ଲା କମିଟି ଗଠିତ ହୋଇଯାଇଛି । ଉକ୍ତ ବୈଠକରେ ସିବାହରା ସୁସାର ଆକାଳା, ବାରିପଦା ଶାଖାର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ହେମ୍ବ୍ରମ (ସମ୍ପାଦକ), ଶ୍ରୀଯୁକ୍ତ ପୂର୍ଣ ଚନ୍ଦ୍ର ସିଂଙ୍କୁ (ଉପଦେଷ୍ଟା), ଗୋପୀନାଥ ବାନାରା, ରାମଲାଲ ତିୟୁ ଓ ଧନୁରାମ ଦିଗି ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ରାଜ୍ୟ ଶାଖା ସଭାପତି ବସନ୍ତ କୁମାର କୁଳିଉଲି ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଓ ଓଡ଼ିଶାରେ ହୋ ଭାଷାକୁ ଦ୍ବିତୀୟ ରାଜଭାଷା ରୂପେ ମାନ୍ୟତା ପ୍ରଦାନ ପାଇଁ ଦୀର୍ଘଦିନ ଧରି ଋଲିଥିବା ଆନ୍ଦୋଳନକୁ ଆହୁରି ତ୍ରିବତର କରିବା ପାଇଁ ତୃଣମୂଳ ସ୍ତରରେ ଏକଜୁଟ ହୋଇ କାର୍ଯ୍ୟ କରିବା ଏବଂ ଆସନ୍ତା ତା ୩୧/୧୦/୨୦୨୫ ଓ ନଭେମ୍ବର ମାସ ତା ୦୧/୧୧/୨୦୨୫ ରିଖ ୨ ଦିନିଆ ଦିଲ୍ଲୀ ସ୍ଥିତ ଯନ୍ତର ମନ୍ତର ଧାରଣା ସ୍ଥଳ ଠାରେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)