କଳିଙ୍ଗ ମହିଳା ଶକ୍ତି ତରଫରୁ ମଦ ବିରୋଧି ଆନ୍ଦୋଳନ , ମୁଖ୍ୟ ରାସ୍ତା ଏକ ଘଣ୍ଟା ଅବରୋଧ l

ପାରାଦ୍ଵୀପ : ପାରାଦ୍ଵୀପ ର ଏକ ଅଗ୍ରଣୀ ଅନୁଷ୍ଠାନ କଳିଙ୍ଗ ମହିଳା ଶକ୍ତି ତରଫରୁ ମଦ ବିରୋଧି ଆନ୍ଦୋଳନ ରେ ଶହ ଶହ ମହିଳା ଏକ ତ୍ରିତ୍ ହୋଇ ପାରାଦୀପ ବନ୍ଦର ର ମୁଖ୍ୟ ଫାଟକ ଅଠର ବାଙ୍କି ଠାରେ ଏକ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ ପାରାଦୀପ ବିଜୁ ମେମିରୀଆଲ ହସପିଟାଲ ମୁଖ୍ୟ ରାସ୍ତାରେ ଥିବା ମଦଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି l ଦୀର୍ଘ ଦିନ ହେବ ବିଜୁ ମେମୋରିଆଲ ହସିଟାଲକୁ ଯିବା ବାଟରେ ମୁଖ୍ୟ ରାସ୍ତା ରେ ଏକ ସରକାରଙ୍କର ଲାଇସେନ୍ସ ପ୍ରାପ୍ତ ମଦ ଦୋକନ ଥିବାରୁ ମେଡ଼ିକାଲ କୁ ଯାତାୟତ କରୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏହି ମଦଦୋକାନ କୁ ହଟାଇବା ପାଇଁ କଳିଙ୍ଗ ମହିଳା ଶକ୍ତି ସଭାନେତ୍ରୀ ମନୋରମା ଖଟୁଆ ଙ୍କ ତତ୍ୟା ବଧାନରେ ଶହ ଶହ ମହିଳା ଏକ ଜୁଟ ହୋଇଥିବା ବେଳେ ଏଥିରେ ନେତାଜୀ ମେମୋରିଆଲ ଟ୍ରଷ୍ଟ ସଭାପତି ପବିତ୍ର ମିଶ୍ର, ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପରିଷଦର ପାରିଷଡ କେଦାର ନାଥ ବିଶ୍ବାଳ ସହ ଯୋଗର ହାତ ବଢ଼ାଇ ଥିବା ଦେଖିବାକୁ ମିଳିଥିଲା l ଏଥି ସହ ମହିଳା ମାନେ ମଦ ଦୋକାନ ସାମ୍ନାରେ ଥିବା ହୋଡ଼ିଙ୍ଗ କୁ ଚିରା ଚିରୀ କରିଥିବା ବେଳେ ମଦ ଦୋକାନ ର କିଛି କର୍ମଚାରୀ ଙ୍କ ଶହ ବଚସା ହୋଇଥିବା ଦେଖିବାକୁ ମିଳିଥିଲା l ପେରେ ଏକ ବିରାଟ ରାଲି ମେଡ଼ିକାଲ ପର୍ଯ୍ୟନ୍ତ ଯାଇ ଡକ୍ଟର ଶହ ପରାମର୍ଶ କରିଥିବା ଦେଖା ଯାଇଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *